ହରିପୁର ଦୋଳମୁଣ୍ଡାଇ ଗ୍ରାମର ଚନ୍ଦନ ଯାତ୍ରା ପାଳନ
କଟକ( ବିଜୟ କୁମାର ପଣ୍ଡା): ହରିପୁର ଦୋଳମୁଣ୍ଡାଇ ଗ୍ରାମର ଶ୍ରୀଶ୍ରୀ ମଦନମୋହନ ଜୀଉ ଓ ଶ୍ରୀଶ୍ରୀ ରାଧାଗୋବିନ୍ଦ ଜୀଉଙ୍କର ପବିତ୍ର ଚନ୍ଦନ ଯାତ୍ରା ମନ୍ଦିରର ମଧ୍ୟ ଭାଗରେ ନିରାଡମ୍ବର ସହକାରେ କୃତିମ ପୁସ୍କରଣୀ ଦ୍ୱାରା ଚାପ ଖେଳା ଯାଇଥିଲା । ଏହି ଶେଷ ଦିନର ଧାର୍ମିକ ତଥା ସାଂସ୍କୃତିକ ଚନ୍ଦନ ଯାତ୍ରାରେ ବହୁ ଭକ୍ତ ମାନେ ଶ୍ରୀଶ୍ରୀ ରାଧାକୃଷ୍ଣଙ୍କୁ ଦର୍ଶନ କରି ପ୍ରଭୁକୃପା ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୨୫ ଦିଗଭାଗ ଓଡିଶୀ ସଂକୀର୍ତ୍ତନ ମଣ୍ଡଳୀର ସର୍ବାଧିକାରୀ ଚୌଧୁରୀ କାଶୀନାଥ ମଲ୍ଲିକ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମର ଅଧିକାରୀ ଶ୍ରୀ ହରେକୃଷ୍ଣ ପ୍ରଧାନ,ଶ୍ରୀ କ୍ଷୀରୋଦ ଚନ୍ଦ୍ର ମହାରଣା, କାର୍ଯ୍ୟକାରୀ ମହନ୍ତ ଶ୍ରୀ ଲିଙ୍ଗରାଜ ହାତୀ,ଗଜେନ୍ଦ୍ର ମହାରଣା,କଟୁଆଳ ଶ୍ରୀ ହରେକୃଷ୍ଣ ମୁଳିଆ,ଦେବ ମହାରଣା,ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନ,ଶ୍ରୀ କାହ୍ନକ୍ଷ ପ୍ରଧାନ,ଶ୍ରୀ ବିଜୟ ମୁଳିଆ,ସଭାପତି ଶ୍ରୀ ପ୍ରଦୀପ ମୁଳିଆ,ଶ୍ରୀବତ୍ସ ରାଉତ,ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ସନାତନ ସ୍ୱାଇଁ,ମନୋଜ କୁମାର ହାତୀ,ଅନିଲ କୁମାର ରାଉତ,ମାନସ ପାଇଟାଲ,ଶଙ୍କରା ମୁଳିଆ,କାଳିଆ ବେହେରା,ରୋହିତ ମୁଳିଆ,ସୁନୀଲ ପ୍ରଧାନ,ବବୁଲୁ ମହାରଣା,ଅଶୋକ ମହାରଣା,ସୁକାନ୍ତ ପ୍ରଧାନ,ବିନୋଦ ମୁଳିଆ,ଅଶୋକ ମହାରଣା,ରବୀନ୍ଦ୍ର ସାହୁ,ବାବୁ ମୁଳିଆ,ରାଜୁ ମୁଳିଆ,ରଘୁନାଥ ମହାରଣା,ଶିବୁ ମୁଳିଆ,ଟନିଆ ମୁଳିଆ,ମାନସ ବାରିକ,ଅଶୋକ ପାତ୍ର,ଉଜଳ ନାୟକ,ରାକେଶ ମହାରଣା,ମୁନୁ ମିଳିଆ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।