ଜାଲିଆତିର ତଦନ୍ତ ହେଉ

କଟକ : କଟକରୁ ବିଜୟ କୁମାର ପଣ୍ଡାଙ୍କ ରିପୋର୍ଟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ୨୦୨୧ ଏପ୍ରିଲ ୭ତାରିଖରେ ଦିଆଯାଇଥିବା ରାୟକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ ଅଭୟ କୁମାର ମହାନ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରୀ ମହାନ୍ତି ରିଡର ପାହ୍ୟାର ପେନସନ୍ ସୁବିଧା ପାଇବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ହାଇକୋର୍ଟ ଏହି ମାମଲାର ଶୁଣାଣି କରି କହିଥିଲେ କି, ଆବେଦନକାରୀ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଭଳି ଲାଗୁଛି । ଯାହାକି କର୍ତ୍ତୃପକ୍ଷଙ୍କ ଦ୍ୱାରା ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି । ଏସବୁ ପ୍ରକ୍ରିୟା ସରିବା ପରେ ଆବେଦନକାରୀଙ୍କୁ ତାଙ୍କର ସମସ୍ତ ଆବଶ୍ୟକ ପ୍ରାପ୍ୟ କର୍ତ୍ତୃପକ୍ଷ ପ୍ରଦାନ କରିବେ ବୋଲି ମାନ୍ୟବର ହାଇକୋର୍ଟ ତାଙ୍କ ରାୟରେ କହିଥିଲେ ।

ଜାଲ୍ ସାର୍ଟିଫିକେଟ୍ ଦେଇ ସିନିୟର ଅଧ୍ୟାପକରୁ ରିଡର ପାହ୍ୟାକୁ ପଦୋନ୍ନତି ପାଇଥିବା କନ୍ଦରପୁର କଲେଜର ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତିଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏଥିପାଇଁ କଡ଼ା ଭାଷାରେ ଭର୍ତ୍ସନା କରିଛି । ଏହାସହିତ ସେ ଦାବି କରୁଥିବା ପେନସନ୍ ସୁବିଧାକୁ ମଧ୍ୟ ବିଭାଗ ପ୍ରତ୍ୟାହାର କରିନେଇଛି । ଶ୍ରୀ ମହାନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପିତା ଅଟନ୍ତି । ଏ ସମସ୍ତ ଜାଲିଆତିର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ଓଡିଶା ପ୍ରଗତିମଞ୍ଚ ତରଫରୁ ଆବାହକ ଶୁଭେନ୍ଦୁ ମହାନ୍ତି ଦାବୀ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *