ଜିଲ୍ଲାରେ ବୋଟ ଚାଳକ ଓ ଖଲାସୀ ନିଯୁକ୍ତି ନିମନ୍ତେ ସାକ୍ଷାତକାର
କଟକ : ଜିଲ୍ଲାରେ ଅସ୍ଥାୟୀ ଭାବେ ୨୫ଟି ବୋଟ ଚାଳକ ଓ ୨୩ଟି ଖଲାସୀ ପଦବୀ ନିଯୁକ୍ତି ନିମନ୍ତେ ଆସନ୍ତା କାଲି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭା ଗୃହରେ ପୂର୍ବାହ୍ନ ୧୧ଟା ସମୟରେ ସେମାନଙ୍କ ସହିତ ଅନୁଷ୍ଠିତ ହେବ । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବେଦନକାରୀମାନଙ୍କୁ କୋଭିଡ ନିୟମ ଅନୁପାଳନ କରି ଯୋଗ୍ୟତା ପ୍ରମାଣ ପତ୍ର ସହ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ହେବାକୁ ଅନୁରୋଧ କରାଯାଇଛି ।