ଏସସିବି ପ୍ଲାଟିନମ ଜୁବୁଲି: ‘ଟଙ୍କା ପଛରେ ନଦୌଡ଼ି ସଫଳତା ହାସଲ କର ଟଙ୍କା ତୁମର ପିଛା କରିବ’

କଟକ: ଜଣେ ଡାକ୍ତର ହେବାକୁ ସ୍ୱପ୍ନ ଦେଖିଲେ ଏସସିବି ମେଡ଼ିକାଲରେ ପଢିବା ପାଇଁ ପ୍ରାଥମିକତା ଦିଏ । ସେମିତି ଜଣେ ରୋଗୀ ସୁସ୍ଥ ହେବାକୁ ଏଠାକୁ ଆସେ । ଏଥିରୁ ସ୍ପଷ୍ଟ ବାରି ହୋଇପଡେ ଯେ, ଏସସିବିର ସ୍ଥାନ ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ ଉଚ୍ଚରେ ରହିଛି । ଟଙ୍କା ପଛରେ କେବେ ଦୌଡ଼ ନାହିଁ, ନିଜକୁ ସଫଳତାର ସ୍ଥାନରେ ପହଞ୍ôଚଯାଅ ଫଳରେ ଟଙ୍କା ତୁମର ପିଛା କରିବ । ନିଜ କାମକୁ ସବୁବେଳେ ସମ୍ମାନ ଦେବା ଓ ଭଲପାଇବାକୁ ଡକ୍ଟର ନୁସରତ ସଂଘମିତ୍ରା କହିଛନ୍ତି । ଏସସିବି ପ୍ଲାଟିନମ ଜୁବୁଲି ଓ ଏସସିବିଆନ ଗ୍ଲୋବାଲ କନକ୍ଲେଭ ପାଳନର ଅନ୍ତିମ ପର୍ଯ୍ୟାୟର ୮ମ ଦିବସରେ ଅନ୍ୟତମ ଅତିଥି ଭାବେ ଖ୍ୟାତିସମ୍ପନ୍ନ ଅନ୍ତର୍ଜାତୀୟ ଫ୍ୟାସନ ଡିଜାଇନର ବିଭୁ ମହାପାତ୍ର ଭିଡ଼ିଓ ରେକର୍ଡ ବାର୍ତ୍ତାରେ କହିଥିଲେ ଯେ, ଫ୍ୟାସନ ଡିଜାଇନ କ୍ଷେତ୍ରରେ କାର୍ଯ୍ୟ କରିବି ବୋଲି କେବେ ଭାବି ନଥିଲି । ଏଥିରେ ମା’ ଓ ଭଉଣୀଙ୍କର ବହୁ ସହଯୋଗ ରହିଛି । କିଛି ନୂତନ ଡ୍ରେସ ପ୍ରସ୍ତୁତ କରୁଥିବା ବେଳେ ମା’ ସବୁବେଳେ ଉତ୍ସାହିତ କରିଛନ୍ତି । ପ୍ରଥମେ ପୋଷାକ ଗୁଡିକ ଭଉଣୀ ଲାଗି ତିଆରି କରୁଥିଲି । ବିଶ୍ୱ ମାନଚିତ୍ରରେ ଓଡ଼ିଶାର ପରିଚୟ କେବେ ପଛରେ ପଡ଼ିନି ବୋଲି ସେ କହିଥିଲେ । ଅନେକ ସଫଳ ଭାରତୀୟ ବିଶ୍ୱର ବିଭିନ୍ନସ୍ତରରେ କାର୍ଯ୍ୟ କରୁଛନ୍ତି । ଯେଉଁମାନଙ୍କ ଭିତରୁ ଅନେକ ଓଡ଼ିଆ ବୋଲି ସେ କହିଥିଲେ । ସଫଳ ଡାକ୍ତର ସୃଷ୍ଟି କରୁଥିବା ଯୋଗୁଁ ଏହି ମେଡ଼ିକାଲର ସ୍ୱତନ୍ତ୍ର ପରିଚୟ ରହିଛି ବୋଲି କହିଛନ୍ତି ।

ସେହିଭଳି ଅନ୍ୟତମ ଅତିଥି ଭାବେ ଆଶିଷ ମହାପାତ୍ର ଯୋଗଦେଇ ମେଡିକାଲ ପବ୍ଲିକ ସ୍କୁଲରେ ନାମ ଲେଖାଇବା ପରେ ସ୍କୁଲସ୍ତରରେ ପ୍ରତିଯୋଗିତାରେ ଭାଗ ନେବା ଓ କିଛି ନୂତନ ଓ ଭିନ୍ନ କରିବାର ଇଚ୍ଛା ଦିଗରେ କହିଥିଲେ । ଏହି ସ୍କୁଲ ହିଁ ତାଙ୍କୁ କିଛି ନୂତନ କରିବାକୁ ଆହ୍ୱାନ ଦେଇଥିଲା ବୋଲି କହିଛନ୍ତି । ଯେତେବେଳେ ସମସ୍ତେ କହୁଥିଲେ ଡାକ୍ତର ହେବେ, ଇଞ୍ଜିନିୟର ହେବେ ସେତେବେଳେ ଏକ ବିଶାଳ କମ୍ପାନୀ କରିବାକୁ ତାଙ୍କର ଲକ୍ଷ୍ୟ ଥିଲା । ନିଜ ସ୍ୱପ୍ନ ପଛରେ ନିରନ୍ତର ଦୌଡ଼ିବାକୁ ସେ ପରାମର୍ଶ ଦେଇଛନ୍ତି । ସନ୍ତୃପ୍ତ ମିଶ୍ର ଯୋଗ ଦେଇ ବିନା ସ୍ୱାର୍ଥରେ କାର୍ଯ୍ୟ କରିବାକୁ ପ୍ରାଧ୍ୟାନ୍ୟ ଦିଆଯିବା ଉଚିତ । ସଫଳତା ପାଇବାକୁ ହେଲେ ପରିଶ୍ରମ ସହ ନିଃସ୍ୱାର୍ଥପରତା ଆବଶ୍ୟକ, ଏହାକୁ ଡାକ୍ତରମାନେ ଭଲଭାବେ ଅନୁଭବ କରନ୍ତି । ଏହାଛଡ଼ା ସେ କିଛି ହିନ୍ଦୀ ସାୟରୀ ଦ୍ୱାରା ଉତ୍ସାହନକ ବାର୍ତ୍ତା ଦେଇଥିଲେ । ପୁନଶ୍ଚ ଏସସିବି ମେଡ଼ିକାଲକୁ ନେଇ ସେ ଏକ ପୂର୍ଣ୍ଣ ଶବ୍ଦ ଗଠନ କରି ସମସ୍ତ ହୃଦୟକୁ ଛୁଇଁ ପାରିଥିଲେ । ଏସସିବି ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହୋଇ ପାରିଥାଏ କିନ୍ତୁ ତାଙ୍କ ମତରେ ଏସ୍‌-ସୁପରିଅର, ସି-କଷ୍ଟମର ସେଲିସାଟିସକେସନ, ବି-ବେଟରମେଣ୍ଟ ବୋଲି କହିବା ସହ ଏସ୍‌ସିବି ଆଗାମୀ ଦିନରେ ନିଶ୍ଚିତ ବିକଶିତ ହେବ ବୋଲି କହିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *