ଆମଦାନୀ ହେଉଥିବା କରୋନା ଟିକା ଉପରୁ କଷ୍ଟମ୍ ଡ୍ୟୁଟି ଛାଡ଼ କଲେ ସରକାର

ନୂଆଦିଲ୍ଲୀ: କରୋନା ଟିକା ଆମଦାନୀ ଉପରେ କଷ୍ଟମ୍ ଡ୍ୟୁଟି ଛାଡ଼ କଲେ କେନ୍ଦ୍ର ସରକାର । ଏଥିସହିତ ଅକ୍ସିଜେନ୍ ଉପରୁ ସ୍ୱାସ୍ଥ୍ୟ ସେସ୍ ମଧ୍ୟ ଛାଡ଼ କରାଯାଇଛି । ଏ ନେଇ ଶନିବାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏଥିସହିତ ମେଡିକାଲ ଅକ୍ସିଜେନ୍ ନିମନ୍ତେ ଆବଶ୍ୟକ ସାମଗ୍ରୀ ଉପରୁ ମଧ୍ୟ ଏହି ସେସ୍ ଛାଡ଼ କରାଯାଇଛି ।

 ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦେଶରେ ଅକ୍ସଜେନ୍ ଅଭାବ ଦୂର କରିବା ଦିଗରେ ଏହା ସହାୟକ ହେବ ବୋଲି କୁହାଯାଉଛି । ଉକ୍ତ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପୀୟୁଷ ଗୋଏଲ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ଏମ୍ସ ଡାଇରେକ୍ଟର ରଣଦୀପ ଗୁଲେରିଆ ବୈଠକରେ ଉପସ୍ଥିତ ଥିଲେ । ବର୍ତ୍ତମାନ ସମୟରେ ମେଡିକାଲ ଅକ୍ସିଜେନ୍ ସପ୍ଳାଇ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ଯାହା ଦ୍ୱାରା ଲୋକେ ହସ୍ପିଟାଲ ଏବଂ ଘରେ ଚିକିତ୍ସିତ ହୋଇପାରିବେ । ରେମଡିସିଭିର ଏବଂ ଏଥିରେ ବ୍ୟବହୃତ ଉପାଦାନ ଉପରେ ମଧ୍ୟ କଷ୍ଟମ୍ ଡ୍ୟୁଟି ଛାଡ଼ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *