Customer service excellence core focus area for Tata Power Odisha Discoms: Dr. Praveer Sinha, CEO & MD, Tata Power

ଟାଟା ପାୱାର ଓଡ଼ିଶା

ଡିସ୍‌କମ୍‌ଗୁଡ଼ିକ ପାଇଁ ଉତ୍କର୍ଷ ଗ୍ରାହକ  ସେବା ମୂଳ ଲକ୍ଷ୍ୟ : ଟାଟା ପାୱାର ସିଇଓ ଓ ଏମ୍‌ଡି ଡକ୍ଟର ପ୍ରବୀର ସିହ୍ନା

ଗ୍ରାହକ ସନ୍ତୁଷ୍ଟିରେ ଉନ୍ନତି ଆଣିବା ପାଇଁ ଟିପି ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ବହୁ ସମନ୍ୱିତ ପ୍ରଯୁକ୍ତି ଟୁଲ୍‌ସର
ଶୁଭାରମ୍ଭ କରାଯାଇଛି ଓଡ଼ିଶାର ଲୋକମାନଙ୍କ ପାଇଁ ସ୍ୱଚ୍ଛ ଓ ସବୁଜ ଶକ୍ତି ଉତ୍ପାଦ ଓ ସମାଧାନ
ପ୍ରଦାନ କରିବା
ଭୁବନେଶ୍ୱର: ସ୍ୱଳ୍ପ ସମୟ ଭିତରେ ରାଜ୍ୟର ବିଦ୍ୟୁତ୍ ବିତରଣରେ ପ୍ରଶଂସନୀୟ ରୂପାନ୍ତରଣ ହୋଇଥିବାରୁ ଓଡ଼ିଶାର ବିଦ୍ୟୁତ୍ ଗ୍ରାହକମାନେ ଉନ୍ନତ ଓ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ଉପଭୋଗ କରିପାରିବେ । ରାଜ୍ୟର ଡିସ୍‌କମ୍‌ଗୁଡ଼ିକ କେବଳ ଏଟିଆଣ୍ଡ୍‌ସି କ୍ଷତିକୁ କମାଇବାରେ ସଫଳ ହୋଇନାହାନ୍ତି ବରଂ ଭରସାଯୋଗ୍ୟତା ଓ ଗ୍ରାହକ ସଂଯୋଗରେ ମଧ୍ୟ ଉନ୍ନତି ହୋଇପାରିଛି ।
ଦୀର୍ଘ ଦିନ ଧରି ଗ୍ରାହକମାନେ ସାମ୍ନା କରୁଥିବା ବହୁ ସମସ୍ୟାର ସମାଧାନ ହୋଇପାରିଛି । ଟାଟା ପାୱାର ନେତୃତ୍ୱାଧୀନ ଡିସ୍‌କମ୍‌ଗୁଡ଼ିକ ଦ୍ୱାରା ପ୍ରାୟ ୨୦ ଲକ୍ଷ କାମ କରୁନଥିବା ମିଟରକୁ ପରିବର୍ତନ କରାଯାଇଛି । ଓଡ଼ିଶାରେ ଚାରିଟି ଡିସକମ୍‌-ଟିପିସିଓଡିଏଲ୍‌, ଟିପିଏନ୍‌ଓଡିଏଲ୍‌, ଟିପିଏସ୍‌ଓଡିଏଲ୍ ଏବଂ ଟିପିଡବ୍ଲୁଓଡିଏଲ୍ ୯.୫ ନିୟୁତରୁ ଅଧିକ ଗ୍ରାହକଙ୍କୁ ବିଦ୍ୟୁତ୍ ଶକ୍ତି ଯୋଗାଣ କରୁଛନ୍ତି । ଟାଟା ପାୱାର ପକ୍ଷରୁ ଡିସକମ୍‌ଗୁଡ଼ିକରେ ସ୍ମାର୍ଟ ଗ୍ରିଡ୍ ପ୍ରଯୁକ୍ତିର ମୂତୟନ ଏବଂ କାର୍ଯ୍ୟକାରିତା ଯୋଗୁଁ ସବୁ କ୍ଷେତ୍ରରେ ଗ୍ରାହକ ସନ୍ତୁଷ୍ଟିରେ ଉନ୍ନତି ହୋଇଛି । ବିଦ୍ୟୁତ୍ ସଂଯୋଗ ହାସଲ କରିବାଠାରୁ ମିଟରିଂରୁ ବିଲିଂ ଏବଂ ଅଭିଯୋଗ ସମାଧାନରୁ ସହଜ ବିଲ୍ ପଇଠ ଭଳି ଗ୍ରାହକଙ୍କ ସମ୍ପୂର୍ଣ୍ଣ ଯାତ୍ରା ଉପରେ ଡିସକମ୍‌ଗୁଡ଼ିକ ଗୁରୁତ୍ୱାରୋପ କରୁଛନ୍ତି । ଗ୍ରାହକମାନଙ୍କୁ ଉତମ ସେବା ପ୍ରଦାନ କରିବା ଲାଗି ଡିସକମ୍‌ଗୁଡ଼ିକ ସେମାନଙ୍କ ସେବା ସହ ପ୍ରଯୁକ୍ତିର ସମନ୍ୱୟ କରିଛନ୍ତି । “ଗତ ଦୁଇ ବର୍ଷରେ ପ୍ରଗତିଶୀଳ ଭାବେ ଅଧିଗ୍ରହଣ କରିଥିବା ଆମ ବିତରଣ ବ୍ୟବସାୟ ବହୁତ ଭଲ ପ୍ରଦର୍ଶନ କରୁଛି । ଟାଟା ପାୱାରର ସମସ୍ତ ଚାରି
ଡିସକମ୍ ଗ୍ରାହକମାନଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ କରୁଛନ୍ତି । ଘରୋଇ ସରକାରୀ ସହଭାଗିତା (ପିପିପି) ପାଇଁ ଓଡ଼ିଶା ହେଉଛି ଶ୍ରେଷ୍ଠ ମଡେଲ୍ ଯାହା ରାଜ୍ୟର ଗ୍ରାହକମାନଙ୍କ ପାଇଁ ଉତମ ଫଳ ପ୍ରଦାନ କରିଛି । ସ୍ୱଳ୍ପ ସମୟ ଭିତରେ ଓଡ଼ିଶାର ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ପ୍ରଶଂସନୀୟ ରୂପାନ୍ତରଣ ହୋଇପାରିଛି ବୋଲି ଟାଟା ପାୱାରର ସିଇଓ ଓ ଏମ୍‌ଡି ଡକ୍ଟର ପ୍ରବୀର ସିହ୍ନା କହିଛନ୍ତି ।’’
ଡିସକମ୍‌ଗୁଡ଼ିକ ପକ୍ଷରୁ ନେଟ୍‌ୱର୍କରେ ବଡ଼ ଧରଣର ଉନ୍ନତି ଏବଂ ବିଦ୍ୟୁତ୍ ଯୋଗାଣ ନେଟ୍‌ୱର୍କର ପ୍ରତ୍ୟକ୍ଷ ରକ୍ଷଣାବେକ୍ଷଣ କାର୍ଯ୍ୟ
କରାଯାଇଥିବାରୁ ଫିଡର୍ ଟ୍ରିପିଂରେ ୩୦-୪୦ ପ୍ରତିଶତ ହ୍ରାସ ହେବା ସହ ଭରସାଯୋଗ୍ୟତାରେ ଉନ୍ନତି ହୋଇପାରିଛି । ବାସ୍ତବ ସମୟ ନିରୀକ୍ଷଣ ଏବଂ ଚମତ୍‌କାର ଢଙ୍ଗରେ ବିଦ୍ୟୁତ୍ ପରିଚାଳନା ଲାଗି ସମସ୍ତ ଡିସକମ୍ ପକ୍ଷରୁ ସେଂଟ୍ରାଲ ପାୱାର ସିଷ୍ଟମ୍ କଂଟ୍ରୋଲ ସେଂଟର୍ (ସିପିଏସ୍‌ସିସି) ସ୍ଥାପନ କରାଯାଇଛି । ତ୍ରୁଟି ଶୂନ୍ୟ ବିଲିଂକୁ ସୁନିଶ୍ଚିତ କରିବା ଲାଗି, ଅପ୍ଟିକାଲ୍ କ୍ୟାରେକ୍ଟର ରିଡ୍ (ଓସିଆର୍‌) ପ୍ରଯୁକ୍ତିକୁ କାର୍ଯ୍ୟକାରୀ କରାଯାଇଛି । ଗ୍ରାମାଂଚଳ ଗ୍ରାହକମାନଙ୍କୁ ଉତମ ସେବା ପ୍ରଦାନ କରିବା ଲାଗି ସାରା
ରାଜ୍ୟରେ ପ୍ରାୟ ୨୦୦୦ ଫ୍ୟୁଜ୍ କଲ୍ ସେଂଟର(ଏଫ୍‌ସିସି)ର ଉନ୍ନତୀକରଣ କରାଯାଇଛି । ଗ୍ରାହକଙ୍କଠାରୁ ଲାଇନ୍‌ମ୍ୟାନ୍ ଏବଂ ସେକ୍ସନ୍ ଇନ୍‌ଚାର୍ଜଙ୍କ ପର୍ଯ୍ୟନ୍ତ ତୁରନ୍ତ ସୂଚନା ପ୍ରବାହ ଲାଗି ଏଫ୍‌ସିସିଗୁଡ଼ିକରେ କଷ୍ଟମାଇଜଡ୍‌ ମୋବାଇଲ୍ ଭିତିକ ଆପ୍ଲିକେସନ୍ ରହିଛି । ଓଡ଼ିଶାର ଲୋକମାନଙ୍କୁ ସ୍ୱଚ୍ଛ ଏବଂ ସବୁଜ ଉତ୍ପାଦ ଏବଂ ସମାଧାନ ପ୍ରଦାନ କରିବା ସହ ରାଜ୍ୟରେ ସ୍ୱଚ୍ଛ ଗମନାଗମନର ପ୍ରସାର କରିବା ଲାଗି ଟାଟା ପାୱାର ପକ୍ଷରୁ ସାରା ରାଜ୍ୟରେ ଇଭି ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରିବା ଲାଗି ଯୋଜନା ରହିଛି । ଅକ୍ଷୟ ଶକ୍ତିର ବ୍ୟବହାରକୁ ବଢ଼ାଇବା ଲାଗି ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକ ରୁଫ୍‌ଟପ୍ ସୋଲାର୍ ଇନ୍‌ଷ୍ଟଲେସନ, ସୋଲାର ପମ୍ପ୍ ଏବଂ ହୋମ୍ ଅଟୋମେସନ୍ ସମାଧାନ ପ୍ରଦାନ କରିବେ । ସିଏସ୍‌ଆର୍ କ୍ଷେତ୍ରରେ ମହିଳା ଓ ଯୁବବର୍ଗଙ୍କ ଦକ୍ଷତା ବିକାଶ ଲାଗି ଧନ୍ଦାମୂଳକ
ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରିବା; ମହିଳା ସାକ୍ଷରତା କେନ୍ଦ୍ର ଏବଂ ଗ୍ରାମାଚଂଳରେ ମାଗଣାରେ ଯାଂଚ୍ ଏବଂ ଔଷଧ ପ୍ରଦାନ କରିବା ଭଳି ସଂଖ୍ୟାଧିକ ଅଭିଯାନ ଡିସକମ୍‌ଗୁଡ଼ିକ ପକ୍ଷରୁ ଗ୍ରହଣ କରାଯାଇଛି । ଟାଟା ପାୱାର ଡିସକମ୍‌ଗୁଡ଼ିକ ପକ୍ଷରୁ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ “ଆଭା ଶକ୍ତି’ର ଶୁଭାରମ୍ଭ କରାଯାଇଛି ଯାହା ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ସଦସ୍ୟାମାନଙ୍କୁ ସାମାଜିକ ପରିବର୍ତନର ଦୂତରେ ପରିଣତ କରିବା ଲାଗି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଡିଜିଟାଲ୍‌ ପ୍ରଯୁକ୍ତି ଏବଂ ବିଦ୍ୟୁତ୍ ଡିସକମ୍‌ଗୁଡ଼ିକର ଗ୍ରାହକ କୈନ୍ଦ୍ରୀକ ପରିଚାଳନା ଯଥା ମିଟର୍ ରିଡିଂ, ବିଲିଂ ଏବଂ କଲେକ୍ସନ୍ (ସଂଗ୍ରହ) (ଏମ୍‌ବିସି) କାର୍ଯ୍ୟକଳାପଗୁଡ଼ିକ ଜରିଆରେ ଆଭା ଶକ୍ତି ସଦସ୍ୟାମାନଙ୍କୁ ଜୀବନଜୀବିକା କୌଶଳ ପ୍ରଦାନ କରାଯାଉଛି, ଫଳରେ ସେମାନେ
ସ୍ୱାବଲମ୍ବୀ ହୋଇପାରୁଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *