ଟ୍ୱିନ୍‌ସିଟିରେ ୧୪୪ ଧାରା ଲାଗୁ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର/କଟକ: ଟ୍ବିନସିଟିରେ ୧୪୪ ଧାରା । କଟକ- ଭୁବନେଶ୍ବରରେ ନାଇଟ କର୍ଫ୍ୟୁ ସମୟରେ ୧୪୪ ଧାରା ଲାଗୁ କଲା କମିଶନରେଟ୍ ପୋଲିସ । ରାଜ୍ୟର ସବୁ ଜିଲ୍ଲାରେ ଆଜିଠୁ ରାତି ୯ରୁ ସକାଳ ୫ଯାଏଁ କର୍ଫ୍ୟୁ ଜାରି ହେବ । ବର୍ତ୍ତମାନ ସୁଦ୍ଧା କୌଣସି ପାସ୍ ସୁବିଧା ନଥିବା ବେଳେ ଲୋକ ଆବଶ୍ୟକ ପ୍ରମାଣପତ୍ର ଦେଖାଇ ଜରୁରୀ କାମରେ ଯାଇପାରିବେ । ସେଥିପାଇଁ କିଛି ଜରୁରୀ ସେବାକାରୀଙ୍କୁ କର୍ଫ୍ୟୁରୁ ବାଦ୍ ଦିଆଯାଇଛି । ଭୁବନେଶ୍ବରରେ ନାଇଟ କର୍ଫ୍ୟୁ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଭୁବନେଶ୍ବରର ୨୫ଟି ସ୍ଥାନରେ ବ୍ଲକିଂ ପଏଣ୍ଟ ହୋଇଛି ।

ପିସିଆର, ପାଟ୍ରୋଲିଂ ଓ କର୍ଫ୍ୟୁ ଏନଫୋର୍ସମେଣ୍ଟ ଗାଡ଼ି ନିୟୋଜିତ ହୋଇଛନ୍ତି । ଭୁବନେଶ୍ବରକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ୩ଜଣ ଡିଏସପି ପାହ୍ୟାର ଅଧିକାରୀ ଏହି ଦାୟିତ୍ବରେ ଅଛନ୍ତି । କର୍ଫ୍ୟୁ ସମୟରେ ସବୁ ଚିକିତ୍ସା ସେବା ସଂସ୍ଥା ଖୋଲାରହିବ । ପରିଚୟପତ୍ର ଦେଖାଇ ସ୍ବାସ୍ଥ୍ୟକର୍ମୀ ଯାତାୟାତ କରିପାରିବେ । ମେଡିସିନ୍ ଷ୍ଟୋର ଖୋଲା ରହିବ  । କର୍ମଚାରୀ ବାଣିଜ୍ୟ ଅନୁପତିପତ୍ର ଦେଖାଇ ଯାଇପାରିବେ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ପରିଚୟପତ୍ର ଦେଖାଇ ଯାତ୍ରା କରିବାକୁ କୁହାଯାଇଛି । ପେଟ୍ରୋଲ ବିତରକ ସଂସ୍ଥା ବିଭାଗୀୟ ପ୍ରାଧିକରଣ ପତ୍ର ଦେଖାଇପାରିବେ । ସାମ୍ବାଦିକ ପରିଚୟ ପତ୍ର ଦେଖାଇ ଯିବା ଆସିବା କରିବେ । ପାନୀୟଜଳ ଯୋଗାଣ, ବିଦ୍ୟୁତ ଓ ସଫେଇ କର୍ମଚାରୀ ପରିଚୟପତ୍ର ଦେଖାଇ ପାରିବେ । ହୋମ୍ ଡେଲିଭରୀ ସୁବିଧା ରହିବ ବୋଲି ସୂଚନା ଦିଆଯାଇଛି  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *