ନିଜର ପ୍ରତିଶୋଧ ପୂରଣ ପାଇଁ ଗାଈଙ୍କ ସାଥିରେ କ’ଣ କଲା ଯୁବକ ଜାଣନ୍ତୁ….

ନୋଏଡା: ନିଜର ପ୍ରତିଶୋଧ ପୂରଣ ପାଇଁ ୫୮ଟି ଗାଈକୁ ବିଷ ଦେଇ ହତ୍ୟା କଲା ଯୁବକ । ଉତ୍ତରପ୍ରଦେଶ ନୋଏଡାର ସୁରଜପୁରରେ ଜଣେ ବ୍ୟକ୍ତିଙ୍କ ୫୮ଟି ଗାଈକୁ ବିଷ ଦେଇ ହତ୍ୟା କରିଥିବା ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ପୋଲିସ କମିଶନର ଆଲୋକ ସିଂ କହିଛନ୍ତି ଯେ, ସୁରଜପୁର ଗାଁରେ ଓମବୀର ନାଗରଙ୍କର ଏକ ଗୋଶାଳା ଥିଲା । ଯେଉଁଠାରେ ସେ ଶତାଧିକ ଗାଈ ରଖିଛନ୍ତି । ତେବେ ଓମବୀରଙ୍କ ଫାର୍ମରେ ଗତ ୫ ଦିନ ମଧ୍ୟରେ ୫୮ଟି ଗାଈଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଯେତେବେଳେ ପୋଲିସ ପ୍ରାଣୀ ଚିକିତ୍ସକଙ୍କ ଏକ ଟିମକୁ ଡାକି ଏହାର ଅନୁସନ୍ଧାନ କଲା, ସେତେବେଳେ ବିଷଜନିତ କ୍ରିୟାରୁ ଗାଈମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା । ଏହା ପରେ ପୋଲିସ ଏହି ଘଟଣାର ଅନୁସନ୍ଧାନ କରିଥିଲା । ଆଉ ଆଜି ଫାର୍ମର ଜଣେ ପୂର୍ବତନ କର୍ମଚାରୀ ଧର୍ମେନ୍ଦ୍ରଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚୁରା କରିଥିଲା । ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଲା ଯେ ଧର୍ମେନ୍ଦ୍ର ସବୁବେଳେ ନିଶା ସେବନ କରନ୍ତି, ଯେଉଁଥିପାଇଁ ତାଙ୍କୁ ଫାର୍ମରୁ କାଢିଦିଆଯାଇଥିଲା । ଏଥିରେ ରାଗିଯାଇ ସେ ପାଣିରେ ବିଷ ମିଶାଇଦେଇଥିଲେ, ଆଉ ଏହି କାରଣରୁ ଗାଈମାନେ ବିଷାକ୍ତ ପାଣି ପିଇବା ପରେ ମରିଯାଇଥିଲେ । ଏବେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *