ବଦଳିଲା ନିଷ୍ପତ୍ତି : କୋଭିଶିଲ୍ଡ ନେଇଥିଲେ ବି ଯାଇପାରିବେ ବ୍ରିଟେନ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ବିରୋଧ ପରେ ବ୍ରିଟେନ ତା’ର ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି । ଏଣିକି କରୋନା ପ୍ରତିଷେଧକ ଟିକା ‘କୋଭିଶିଲ୍ଡ’ ନେଇଥିବା ବ୍ୟକ୍ତି ଯଦି ବ୍ରିଟେନ ଯାତ୍ରା କରନ୍ତି, ତାହେଲେ ଆଉ ସଙ୍ଗରୋଧରେ ରହିବାକୁ ପଡ଼ିବନି । ଆଜି ବ୍ରିଟେନ ସରକାର ଅକ୍ସଫୋର୍ଡ/ଆଷ୍ଟ୍ରାଜେନେକା କୋଭିଡ -୧୯ ଟିକା ‘କୋଭିଶିଲ୍ଡ’ କୁ ଭ୍ରମଣଯୋଗ୍ୟ ଗ୍ରହଣୀୟ କୋଭିଡ ଟିକା ତାଲିକାରେ ସାମିଲ କରିଛନ୍ତି । ଅକ୍ଟୋବର ୪ରୁ କାର୍ଯ୍ୟକାରୀ ହୋଇଥିବା ବ୍ରିଟେନର ଆନ୍ତର୍ଜାତୀୟ ଭ୍ରମଣ ନିୟମ ଅନୁଯାୟୀ ସ୍ୱୀକୃତିପ୍ରାପ୍ତ କୋଭିଡ -୧୯ ଟିକା ତାଲିକାରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଉତ୍ପାଦିତ ଟିକାକୁ ସାମିଲ ନ କରିବା ନେଇ ସମାଲୋଚନା କରାଯାଇଥିଲା । ତେବେ ଏହି ଟିକାକୁ ସାମିଲ କରାଯିବା ପରେ ଏଣିକି କୋଭିଶିଲ୍ଡ ଟିକା ନେଇଥିବା ଭାରତୀୟମାନେ ବ୍ରିଟେନ ପରିଭ୍ରମଣ କଲେ ସେମାନଙ୍କୁ ଆଉ ସଙ୍ଗରୋଧରେ ରହିବାକୁ ପଡିବ ନାହିଁ ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ବ୍ରିଟେନ ପକ୍ଷରୁ ଜାରି ଗାଇଡଲାଇନରେ ଭାରତ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରାଜିଲ, ଋଷିଆ ପ୍ରଭୃତି ବିଭିନ୍ନ ବିକାଶଶୀଳ ଦେଶର ଲୋକମାନେ ଦୁଇଟି ମାତ୍ରା ଟିକା ନେଇଥିଲେ ବି ସେମାନଙ୍କୁ ବ୍ରିଟେନ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ଏସବୁ ଦେଶର ଲୋକମାନେ ବ୍ରିଟେନରେ ପ୍ରବେଶ କରିବା ପୂର୍ବରୁ ୧୦ ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଥିଲା । ବ୍ରିଟେନର ଏହି ନିୟମାବଳୀକୁ ନେଇ ଭାରତ ସରକାର କୂଟନୈତିକ ସ୍ତରରେ ପ୍ରତିବାଦ କରିଥିଲେ । ବ୍ରିଟେନର ଏହା ଏକ ପକ୍ଷପାତପୂର୍ଣ୍ଣ ବ୍ୟବହାର ବୋଲି ଭାରତର ବୈଦେଶିକ ସଚିବ ହର୍ଷ ସିଂଗଲା କହିଥିଲେ । ସେହିପରି କଂଗ୍ରେସ ନେତା ଶଶୀ ଥରୁର ଓ ଜୟରାମ ରମେଶ ମଧ୍ୟ ଏହାକୁ ବିରୋଧ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *