୧୪୦ ଅବସରପ୍ରାପ୍ତ ରେଳବାଇ କର୍ମଚାରୀଙ୍କୁ କୋଭିଡ ଟିକା

 ଭୁବନେଶ୍ୱର : ଆଜି ଭୁବନେଶ୍ୱରର ମଞ୍ଚେଶ୍ୱର ଠାରେ ଥିବା ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟରେ ପ୍ରାୟ ୧୪୦ ଜଣ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ କୋଭିଡ ଟିକା ଦିଆଯାଇଛି। ପୂର୍ବରୁ ପୂର୍ବତଟ ରେଳପଥ ମାର୍ଚ୍ଚ ମାସ ୪ ତାରିଖ ଠାରୁ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟରେ ସମସ୍ତ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ କୋଭିଡ ଟିକା ପ୍ରଦାନ କରିବାକୁ ଘୋଷଣା କରିଥିଲା। ଅବସରପ୍ରାପ୍ତ ରେଳବାଇ କର୍ମଚାରୀମାନେ ସରକାରୀ ଛୁଟି ଦିନ ବ୍ୟତୀତ ସପ୍ତାହର ସୋମବାର ଠାରୁ ଶୁକ୍ରବାର ମଧ୍ୟରେ ପୂର୍ବାହ୍ନ ୯ ଘଟିକା ଠାରୁ ଅପରାହ୍ନ ୪ ଘଟିକା ମଧ୍ୟରେ କେନ୍ଦ୍ରୀୟ ଚିକିତ୍ସାଳୟରେ ସେମାନଙ୍କ ନାମ ପଞ୍ଜିକରଣ କରିବା ପାଇଁ କୁହାଯାଇଅଛି । ଅବସରପ୍ରାପ୍ତ ରେଳ କର୍ମଚାରୀମାନେ ସେମାନଙ୍କର ଆଧାର କାର୍ଡ (ବାଧ୍ୟତାମୂଳକ), ପ୍ୟାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, RELHS କାର୍ଡ ପଞ୍ଜିକରଣ ସମୟରେ ଦାଖଲ କରିବା ସହିତ OTP ପାଇଁ ସେମାନଙ୍କର ଆଧାର ସଂଯୁକ୍ତ ମୋବାଇଲ୍ ନମ୍ବର ପାଖରେ ରଖିବା ଉଚିତ୍ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *