ଅକ୍ଟୋବରରୁ ପୁଣି କୋଭିଡ୍ ଟିକା ରପ୍ତାନି

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରୁ ଭାରତ ସରକାର ପୁଣିଥରେ ବିଦେଶକୁ କୋଭିଡ୍ ଟିକା ରପ୍ତାନି ଆରମ୍ଭ କରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡ୍‌ଭିୟା ଏଠାରେ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଚଳିତବର୍ଷ ଏପ୍ରିଲରେ ଦେଶରେ କୋଭିଡ୍‌ର ଦ୍ୱିତୀୟ ଲହର ଦେଖାଦେବାପରେ ଭାରତ ସରକାର ନିଜର ଆବଶ୍ୟକତାକୁ ଅଗ୍ରାଧିକାର ଦେଇ ଟିକାର ରପ୍ତାନିକୁ ସ୍ଥଗିତ ରଖିଥିଲେ । ଚଳିତବର୍ଷ ଡିସେମ୍ବର ସୁଦ୍ଧା ଦେଶର ୯୪.୪ କୋଟି ବୟସ୍କ ବ୍ୟକ୍ତିଙ୍କୁ କୋଭିଡ୍ ଟିକା ଦେବାକୁ ଭାରତ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏମାନଙ୍କ ମଧ୍ୟରୁ ୬୧ ପ୍ରତିଶତ ଗୋଟିଏ ଡୋଜ୍ ନେଇସାରିଲେଣି ।

କ୍ୱାଡ୍ ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଆମେରିକା ଗସ୍ତରେ ଯିବେ । ୱାଶିଂଟନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଭାରତ ଓ ଆମେରିକା ବ୍ୟତୀତ ଜାପାନ, ଅଷ୍ଟ୍ରେଲିଆର ରାଷ୍ଟ୍ରମୁଖ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ କୋଭିଡ୍ ଟିକାର ରପ୍ତାନି ପ୍ରସଙ୍ଗରେ ଆଲୋଚନା ହୋଇପାରେ ବୋଲି ମାଣ୍ଡ୍‌ଭିୟା କହିଛନ୍ତି । ଭାରତ ପୂର୍ବରୁ ‘ଭ୍ୟାକ୍‌ସିନ୍ ମୈତ୍ରୀ’ ଯୋଜନା ଅନୁଯାୟୀ ପଡୋଶୀ ରାଷ୍ଟ୍ରଗୁଡିକୁ ମାଗଣାରେ କୋଭିଡ୍ ଟିକା ଯୋଗାଉଥିଲା । ଏପ୍ରିଲ ପରେ ଏହି ବ୍ୟବସ୍ଥାକୁ ସ୍ଥଗିତ ରଖାଯାଇଛି । ବର୍ତ୍ତମାନ ଭାରତରେ କୋଭିଡ୍ ଟିକାର ଉତ୍ପାଦନ ମାସିକ ଚାରିଗୁଣ ବୃଦ୍ଧି ପାଇଥିବାରୁ ଆସନ୍ତା ଅକ୍ଟୋବରରୁ ବିଦେଶକୁ ଟିକା ରପ୍ତାନି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *