କରୋନା ନିୟମର ଖୋଲା ଉଲ୍ଲଂଘନ: ବାହାରେ ତାଲା ଭିତରେ ଚାଲିଥିଲା ପାଠ ପଢ଼ା

ଭୁବନେଶ୍ୱର: କରୋନା ନିୟମର ଖୋଲା ଉଲ୍ଲଂଘନ ଅଭିଯୋଗ । କୋଭିଡ କଟକଣାକୁ ଖାତିର ନକରି ସ୍କୁଲରେ ଚାଲିଛି ପାଠପଢ଼ା । ଆଉ କେଉଁଠି ନୁହେଁ  ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଭୁବନେଶ୍ବରର ବଡ଼ଗଡ଼ ଓମ୍ ଗୁରୁକୁଳ ସ୍କୁଲରେ ବେଆଇନ ଭାବେ ଚାଲିଥିଲା ପଠପଢ଼ା । ୩୦ରୁ ଅଧିକ ପିଲାଙ୍କୁ ନେଇ ପାଠ ପଢ଼ାଯାଉଥିବା ଦେଖିବାକୁ ମିଳିଛି । ଖବର ପାଇ ବିଏମସି ସ୍କ୍ବାଡ ସମେତ କମିଶନରେଟ୍ ପୋଲିସ ପହଞ୍ଚି ଯାଞ୍ଚ କରୁଛି । ତେବେ ସେଠାରେ ଥିବା ପିଲାମାନେ ସେମାନଙ୍କ ସମ୍ପର୍କୀୟଙ୍କ ପିଲା । ସେମାନେ ସ୍ଥାୟୀ ଭାବେ ଏଠାରେ ରହୁଛନ୍ତି ବୋଲି ସଫେଇ ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।  ସମ୍ପ୍ରତି ଦେଶ ଓ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଛନ୍ତି ସରକାର । ଏଥିସହିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି । ବର୍ତ୍ତମାନ ସ୍ଥିତି ଏଭଳି ହୋଇଛି ଯେ, ସରକାର ଲକ୍‌ଡାଉନ୍ ଲାଗୁ କରିବାକୁ ମଧ୍ୟ ବାଧ୍ୟ ହୋଇଛନ୍ତି । ଏଣୁ ଆସନ୍ତାକାଲି ଠାରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଲକ୍‌ଡାଉନ୍ । ଏଭଳି ପରିସ୍ଥିତିରେ ରାଜଧାନୀରେ ଘରୋଇ ସ୍କୁଲରେ ଶିକ୍ଷାଦାନ ନିୟମର ଖୋଲା ଉଲ୍ଲଂଘନ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *