୪୩ତମ ଜିଏସ୍‌ଟି ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ/ ଭୁବନେଶ୍ୱର : ଶୁକ୍ରବାର ଅନୁଷ୍ଠିତ ୪୩ତମ ଜିଏସ୍‌ଟି ପରିଷଦ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦେଶରେ କରୋନା ମହାମାରୀ ସ୍ଥିତିକୁ ଆଖି ଆଗରେ ରଖି ବିଦେଶରୁ ଆମଦାନୀ ହେଉଥିବା କୋଭିଡ୍‌ ସମ୍ପର୍କିତ ସମସ୍ତ ସାମଗ୍ରୀକୁ ଜିଏସ୍‌ଟି ନଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଅଗଷ୍ଟ ୩୧ ଯାଏ କୋଭିଡ୍‌ ସାମଗ୍ରୀ ଗୁଡ଼ିକର ଆମଦାନୀ ଉପରେ କୌଣସି ପ୍ରକାରର ଜିଏସ୍‌ଟି ଲାଗିବ ନାହିଁ ବୋଲି ପରିଷଦରେ ନିଷ୍ପତ୍ତି ହୋଇଛି । ଏଥିସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଷଦର ସଦସ୍ୟମାନେ ବ୍ଲାକ ଫଙ୍ଗସର ଔଷଧ ଓ ଏହା ସହ ଜଡ଼ିତ ସାମଗ୍ରୀ ଉପରେ ମଧ୍ୟ ଜିଏସ୍‌ଟି ଲାଗୁ ନ କରିବାକୁ ସହମତି ହୋଇଛନ୍ତି । ଏହି ନିୟମ ମଧ୍ୟ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଲବତ୍ତର ରହିବ । ଜିଏସ୍‌ଟି ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, କୋଭିଡ ସମ୍ପର୍କିତ ସାମଗ୍ରୀଗୁଡ଼ିକର ଆମଦାନୀ ଉପରେ ଏହି ବୈଠକର ପୂରା ଫୋକସ ରହିଥିଲା ଓ ଏହା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଅନ୍ୟପଟେ ଜିଏସ୍‌ଟି କାଉନ୍‌ସିଲ୍‌ ସଦସ୍ୟଭାବେ ଓଡ଼ିଶା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବୈଠକରେ ଯୋଗଦେଇ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି । ସେ କହିଥିଲେ ଯେ ଓଡ଼ିଶା ଏବେ ଦୁଇଟି ଯୁଦ୍ଧର ସାମ୍ନା କରୁଛି । ଗୋଟିଏ ହେଉଛି କୋଭିଡ ଓ ଅନ୍ୟଟି ବାତ୍ୟା ପରବର୍ତ୍ତୀ ସ୍ଥିତି ମୁକାବିଲା ବୋଲି ସେ କହିଛନ୍ତି । ତେଣୁ ଭାକ୍ସିନ ଉପରୁ ଟାକ୍ସ ଛାଡ଼ କରାଯିବାକୁ ସେ ଦାବି କରିଛନ୍ତି । ଏ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିସାରିଛନ୍ତି ବୋଲି ସେ କହିଛନ୍ତି । ଏହା ସହ ପୂଜାରୀ ଏକ୍ସଟ୍ରା ନ୍ୟୁଟ୍ରାଲ ଆଲକୋହଲ୍‌ (ଇଏନ୍‌ଏ)କୁ ଜିଏସ୍‌ଟି ପରିଧି ମଧ୍ୟକୁ ଆଣିବାକୁ ଦାବି କରିଛନ୍ତି । ସେହିପରି ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା, ସିଟି ଆଣ୍ଡ ଜିଏସ୍‌ଟି କମିଶନର ସୁଶିଲ କୁମାର ଲୋହାନୀ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *