ରାଜ୍ୟରେ ଆଜି ୩୧୪୪ ଆକ୍ରାନ୍ତ ଚିହ୍ନଟ, ୪ ସଂକ୍ରମିତ ମୃତ

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପୁଣି ୪ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଜଣେ ୬୦ ବର୍ଷୀୟା ମହିଳା ଥିବାବେଳେ ସମ୍ବଲପୁରର ୩୮, ଝାରସୁଗୁଡ଼ାର ୫୦ ବର୍ଷିୟ ପୁରୁଷ ଓ ବଲାଙ୍ଗିର ଜିଲ୍ଲାରୁ ୬୨ ବର୍ଷିୟ ପୁରୁଷ ଅଛନ୍ତି । ଅନ୍ୟପଟେ ପୁଣି ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୧୮୨୩ ଓ ସ୍ଥାନୀୟ ଅଞ୍ଚଳରୁ ୧୩୨୧ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୫୨୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୭ଜଣ ସଂକ୍ରମିତ ଖୋର୍ଦ୍ଧାରୁ ଅଛନ୍ତି ।

ସେହିପରି ଅନୁଗୁଳରେ ୪୯, ବାଲେଶ୍ୱରରେ ୨୮, ବରଗଡ଼ରେ ୧୫୬, ଭଦ୍ରକରେ ୫୧, ବଲାଙ୍ଗିର ୯୨, ବୌଦ୍ଧରେ ୭, କଟକରେ ୧୪୦, ଦେବଗଡ଼ରେ ୨୧, ଢେଙ୍କାନାଳରେ ୧, ଗଜପତିରେ ୬୭, ଗଞ୍ଜାମରେ ୪୪, ଜଗତସିଂହପୁରରେ ୧୮, ଯାଜପୁରରେ ୭୬, ଝାରସୁଗୁଡ଼ାରେ ୧୧୯, କଳାହାଣ୍ଡିରେ ୫୩, କନ୍ଧମାଳରେ ୧୩, କେନ୍ଦ୍ରାପଡ଼ାରେ ୧୫, କେନ୍ଦୁଝରରେ ୧୨୮, କୋରାପୁଟରେ ୧୮, ମାଲକାନଗିରିରେ ୪, ମୟୂରଭଞ୍ଜରେ ୬୮, ନବରଙ୍ଗପୁରରେ ୯୬, ନୟାଗଡ଼ରେ ୨୯, ନୂଆପଡ଼ାରେ ୩୯୫, ପୁରୀରେ ୧୨୯, ରାୟଗଡ଼ାରେ ୪୪, ସମ୍ବଲପୁରରେ ୧୪୯, ସୋନପୁର ୪, ଓ ଷ୍ଟେଟ୍ ପୁଲରୁ ୧୧୦ଜଣ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୪ହଜାର ୫୯୪ ଥିବା ବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୪୩ ହଜାର ୫୨୨ । ରାଜ୍ୟରେ ଏବେ ବି ୧୯୦୭୭ଟି ସକ୍ରିୟ ମାମଲା ରହିଛି ।

ଅନ୍ୟପଟରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଟ୍ୱିନ୍‌ସିଟରେ ୧୪୪ ଧାରା ଲାଗୁ କରାଯାଇଛି । ରାତି ୯ ଟାରୁ ସକାଳ ୫ ଟା ଯାଏଁ ୧୪୪ ଧାରା ବଳବତ୍ତର ରହିବ । ଆଜି ଠାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିବା ବେଳେ ଏହି ସମୟରେ ବି ୧୪୪ ଧାରା ଲାଗୁ ହେବ । ଏହା କଟକ ଓ ଭୁବନେଶ୍ୱର ପାଇଁ ଲାଗୁ କରାଯାଇଥିବା ସୂଚନା ଦିଆଯାଇଛି । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ସହ ସପ୍ତାହାନ୍ତ ଲକଡାଉନ୍ ଘୋଷଣା କରିଥିଲେ । ଏହାସହ ଅନ୍ୟ ୨୦ ଟି ଜିଲ୍ଲାର ସହରାଞ୍ଚଳରେ କେବଳ ନାଇଟ କର୍ଫ୍ୟୁ ଘୋଷଣା କରିଥିଲେ । ହେଲେ କଟକ ଓ ଭୁବନେଶ୍ୱରରେ କଟକଣା କଡ଼ାକଡ଼ି କରିବା ଲକ୍ଷ୍ୟରେ ଆଜି ରାତି ୯ ଟା ଠାରୁ ନାଇଟ୍ କର୍ଫ୍ୟୁ ସହ ୧୪୪ ଧାରା ଲାଗୁହେବ ବୋଲି କୁହାଯାଇଛି ।

ସେହିପରି ରାଜ୍ୟରେ ୩ଟି ଜିଲ୍ଲା ଝାରସୁଗୁଡ଼ା, ନୂଆପଡ଼ା ଓ କୋରାପୁଟରେ ସମ୍ପୂର୍ଣ୍ଣ ଭାବେ ଟିକାକରଣ ବନ୍ଦ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟର ୧୫୦୦ ଟିକାକରଣ କେନ୍ଦ୍ରରୁ ୧୦୭୩ କେନ୍ଦ୍ରରେ ଟିକା ନଥିବାରୁ ଟିକାକରଣ ବନ୍ଦ ରଖାଯାଇଛି । ୧୦ଟି ଜିଲ୍ଲାର ସହରାଞ୍ଚଳରେ ହୋଇଥିବା ସପ୍ତାହନ୍ତ ସଟଡାଉନ ଯୋଗୁ ସେଠି ବି ଟିକାକରଣ ବନ୍ଦ ରଖାଯାଇଛି । ରାଜ୍ୟରେ ଯେତିକି ଟିକା ରହିଛି, ତାହା ଦ୍ୱାରା୨ରୁ ୩ ଦିନ ଟିକାକରଣ ହୋଇ ପାରିବ । ଏବେ ରାଜ୍ୟରେ ୩.୬ ଲକ୍ଷ କୋଭିସିଲିଡ ଟିକା ଓ ୨,୩ ଲକ୍ଷ କୋଭାକ୍ସିନ ଟିକା ରହିଛି । ଟିକା ଅଭାବ ସମ୍ପର୍କରେ ଆମେ କେନ୍ଦ୍ର ସରକାରଙ୍କ ନିକଟକୁ ବାରମ୍ବାର ଚିଠି ଲେଖୁଛୁ। 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *