ଭାରତକୁ ଝଟକା: କୋଭିସିଲ୍ଡକୁ ଗ୍ରୀନ୍ ପାସେଜ୍ ଦେଲାନି ଇୟୁ

ନୂଆଦିଲ୍ଲୀ : ଟିକାକରଣ କ୍ଷେତ୍ରରେ ଭାରତ ବିଶ୍ୱରେକର୍ଡ କରିଥିବା ବେଳେ ଦୁଇଟି ଭାରତୀୟ ଟିକା ନେଇଥିବା କୋଟି କୋଟି ଭାରତୀୟଙ୍କ ପାଇଁ ନୂଆ ସମସ୍ୟା ଦେଖାଦେଇଛି। ପୂର୍ବରୁ ଭାରତୀୟ ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମଞ୍ଜୁରୀ ମିଳିନଥିବା ବେଳେ ବର୍ତ୍ତମାନ କୋଭିସିଲ୍ଡକୁ ସମାନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । କୋଭାକ୍ସିନକୁ ହୁର ମାନ୍ୟତା ମିଳିନଥିବା ବେଳେ ବିଦେଶ ଯାତ୍ରା ପାଇଁ ହଜାର ହଜାର ଭାରତୀୟଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ବର୍ତ୍ତମାନ ୟୁରୋପିଆନ୍ ୟୁନିୟନ୍ ପକ୍ଷରୁ କୋଭିସିଲ୍ଡ ବିପକ୍ଷରେ ସମାନ ପଦକ୍ଷେପ ଗ୍ରହଣ କରିଛି । କୋଭିସିଲ୍ଡକୁ ଗ୍ରୀନ୍ ପାସେଜ୍ ଦେବା ପାଇଁ ୟୁରୋପିଆନ୍ ୟୁନିୟନ୍ ମନା କରିବା ଫଳରେ ଭାରତୀୟ ମାନେ ୟୁରୋପ ଯାତ୍ରା କରିବାରେ ସମସ୍ୟାର ସମ୍ମୁଖୀନ ହେବା ସ୍ପଷ୍ଟ ହୋଇଛି । ଗ୍ରୀନ୍ ପାସ୍ ବଳରେ ଯାତ୍ରା କଲେ କୌଣସି କରୋନା କଟକଣା ରହିବ ନାହିଁ । ତେବେ ଇୟୁ ପକ୍ଷରୁ ମାତ୍ର ୪ଟି ଟିକାକୁ ଗ୍ରୀନ୍ ପାସ୍ ମଧ୍ୟରେ ସାମିଲ କରାଯାଇଛି ।

ପୂର୍ବରୁ ସହଯୋଗୀ ରାଷ୍ଟ୍ର ମାନଙ୍କୁ ଗ୍ରୀନ୍ ପାସ୍ ପ୍ରଦାନ କରାଯିବାର ସ୍ୱାଧୀନତା ରହିଥିବା ବେଳେ ସୋମବାର ଏହାକୁ ପ୍ରତ୍ୟାହାର କରି ନେଇଛି ଇୟୁ । ଫଳସ୍ୱରୂପ ଇୟୁ ସହିତ ଚୁକ୍ତିବଦ୍ଧ ୪ଟିକାକୁ ଗ୍ରୀନ୍ ପାସ୍ ପାଇଁ ମନୋନୀତ କରାଯାଇଛି । ଏହି ଟିକା ମଧ୍ୟରେ ଫାଇଜରର କୋମେିର୍ନାଟି, ମଡର୍ଣ୍ଣା, ଆଷ୍ଟ୍ରାଜେନେକାର ୱେକ୍ସଗେର୍ଭିରିଆ ଏବଂ ଜନ୍ସନ୍ ଆଣ୍ଡ ଜନସନର ଜେନସେନ୍କୁ ଗ୍ରୀନ୍ ପାସେଜ୍ ତାଲିକାରେ ସାମିଲ କରାଯାଇଛି । ଉଭୟ କୋଭିସିଲ୍ଡ ଏବଂ ୱେକ୍ସଗେର୍ଭିରିଆ ଟିକା ପୁନେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍ରେ ନିର୍ମାଣ ହୋଇଥିବା ବେଳେ କୋଭିସିଲ୍ଡକୁ ଗ୍ରୀନ୍ ପାସେଜରେ ସାମିଲ କରାନଯିବାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *