୨ରୁ ୧୮ ବର୍ଷ ପିଲାଙ୍କଠାରେ ପ୍ରୟୋଗ ହେବ କୋଭାକ୍ସିନ

୨ରୁ ୧୮ବର୍ଷ ପିଲାଙ୍କଠାରେ ଶୀଘ୍ର ପ୍ରୟୋଗ ହୋଇପାରେ କୋଭାକ୍ସିନ । ୫୨୬ ପିଲାଙ୍କଠାରେ ପ୍ରୟୋଗ ପାଇଁ ନିଆଯାଇଛି ନିଷ୍ପତ୍ତି । ଏଥିପାଇଁ ଆମେରିକାର ଏଫଡିଏ ନିକଟରେ ଆବେଦନ କରାଯାଇଛି । ଅକ୍ୟୁଜେନର ସିଇଓ ଶଙ୍କର ମୁସୁନୁରୀଙ୍କ ସୂଚନାନୁସାରେ ଜରୁରିକାଳୀନ ବ୍ୟବହାର ନିମନ୍ତେ ଅନୁମତି ଦେବା ସକାଶେ ଆମେରିକା ଔଷଧ ଓ ଖାଦ୍ୟ ପ୍ରଶାସନ ବା ଏଫଡିଏ ନିକଟରେ ଆବେଦନ କରିଛି ଭାରତ ବାୟୋଟେକର ଆମେରିକା ସହଭାଗୀ ସଂସ୍ଥା ଅକ୍ୟୁଜେନ । ଭାରତ ବାୟୋଟେକର କୋଭିଡ-୧୯ କ୍ଲିନିକାଲ ହେଡ୍ ରାଚେଶ ଇଲ୍ଲା ନିଜ ଟ୍ୱିଟରେ ଲେଖିଛନ୍ତିଯେ ପିଲାମାନଙ୍କ ସୁରକ୍ଷା ପାଇଁ କୋଭାକ୍ସିନ ନିଶ୍ଚୟ ଆସିବା ଜରୁରୀ । ଆମେରିକାର ଏଫଡିଏ ନିକଟରେ ଭାରତ ବାୟୋଟେକ୍ ପକ୍ଷରୁ ଏହା ଆବେଦନ କରାଯାଇଛି । ଏହି ଭ୍ୟାକ୍ସିନ ପିଲାଙ୍କ ଭିତରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଏଥିରେ କୈାଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନାହିଁ । ଆମେରିକା ବାହାରେ ୨ରୁ ୧୮ ବର୍ଷ ପିଲାଙ୍କଠାରେ ଏହା ପ୍ରୟୋଗ କରାଯାଇଥିବାରୁ ଏହାର ଅନୁମତି ଲାଗି ଆବେଦନ କରାଯାଇଛି । ଏହି ଭ୍ୟାକ୍ସିନେସନ ପ୍ରକ୍ରିୟା ୨ରୁ ୩ଟି ଫେଜରେ ହେବ । ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଭ୍ୟାକ୍ସିନ ଦିଆଯାଉଥିବା ବେଳେ ବର୍ତ୍ତମାନ ୨ରୁ ୧୮ ବର୍ଷ ପିଲାଙ୍କୁ କୋଭାକ୍ସିନ ଦିଆଯିବାର ଅନୁମତି ମିଳିବାର ଆଶା ଅଛି ବୋଲି ରାଚେଶ ଇଲ୍ଲା କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *