କୋଭାକ୍ସିନକୁ ସ୍ୱୀକୃତି ଦେଉନି ‘ହୁ’

ନୂଆଦିଲ୍ଲୀ: କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି ‘ହୁ’ । ଫଳରେ ଭାରତ ବାୟୋଟେକର କୋଭାକ୍ସିନ ନେଇଥିବା ଭାରତୀୟ ବିଶେଷ କରି ଛାତ୍ରମାନେ ବିଦେଶ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେବାରେ ବିଳମ୍ବ କରୁଛି । ‘ହୁ’ ମଞ୍ଜରୀ ନ ମିଳିବା କାରଣରୁ କୋଭାକ୍ସିନକୁ ବିଶ୍ୱର ଅଧିକାଂଶ ଦେଶ ସ୍ୱୀକୃତ ଭାକ୍ସିନ ବୋଲି ମାନିବ ନାହିଁ । ତେବେ ଭାରତ ବାୟୋଟେକ ପକ୍ଷରୁ ‘ହୁ’ର ମଞ୍ଜୁରୀ ପାଇଁ ଆବଶ୍ୟକ ସମସ୍ତ ଡାଟା ଜମା କରି ଦିଆଯାଇଛି । ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟ ମନ୍ତ୍ରାଳୟରେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଡ. ଭାରତୀ ପ୍ରବୀର ଗତ ଶୁକ୍ରବାର କହିଥିଲେ, କୋଭାକ୍ସିନକୁ ମଞ୍ଜୁରୀ ମିଳିବା ପାଇଁ ସମସ୍ତ ପ୍ରକାର ଦସ୍ତାବିଜ ଜମା କରିବା ଏକ ପ୍ରକାର ପ୍ରକ୍ରିୟା । ଜରୁରୀକାଳୀନ ବ୍ୟବହାର ପାଇଁ କୋଭାକ୍ସିନକୁ ‘ହୁ’ ମଞ୍ଜୁରୀ ଖୁବ୍ ଶୀଘ୍ର ମିଳିଯିବ । ଏହା ପୂର୍ବରୁ ନାଶନାଲ ଏକ୍ସପର୍ଟ ଗ୍ରୁପ୍‌ର ଜଣେ ଡାକ୍ତର ବିକେ ପାଲ ମଧ୍ୟ କହିଛନ୍ତି ଯେ,କୋଭାକ୍ସିନ ପାଇଁ ଡବ୍ଲୁଏଚଓର ମଞ୍ଜୁରୀ ଚଳିତ ମାସ ଶେଷ ସୁଦ୍ଧା ମିଳିବାର ସମ୍ଭାବନା ରହିଛି । ଆସନ୍ତା ଅକ୍ଟୋବର ୫ ତାରିଖରେ ଷ୍ଟ୍ରାଟେଜିକ୍ ଆଡଭାଇଜରୀ ଗ୍ରୁପ ବିଶେଷଜ୍ଞଙ୍କ ବୈଠକ ବସି ଏନେଇ ଆଲୋଚନା ହେବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଞ୍ଜୁରୀ ମିଳିନଥିବାରୁ କୋଭାକ୍ସିନର ଦୁଇ ଡୋଜ୍ ଟିକା ନେଇଥିଲେ ବି ବିଦେଶରେ ଏହାକୁ ଗ୍ରହଣ କରାଯିବ ନାହିଁ । ତେଣୁ ତୁରନ୍ତ ଏହାର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି ଭାରତ ସରକାର ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *