ଚାକିରି ପ୍ରଲୋଭନ ଦେଇ ଦୁଷ୍କର୍ମ, ବରିଷ୍ଠ ଅଡିଟରଙ୍କୁ ୧୦ ବର୍ଷ ଜେଲ୍

ଭୁବନେଶ୍ୱର: ଏଜି ଅଫିସରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ ମାମଲା । ଅଡିଟର ଜେନେରାଲ କାର୍ଯ୍ୟାଳୟର ବରିଷ୍ଠ ଅଡିଟରଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ଦେଲେ କୋର୍ଟ । ୨୦୧୪ ସେପ୍ଟେମ୍ବରରେ ଘଟିଥିବା ଦୁଷ୍କର୍ମ ମାମଲାର ବିଚାର କରି ଏହି ରାୟ ଶୁଣାଇଛନ୍ତି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ । ସିନିଅର ଅଡିଟର ଟୁଟୁ ଓରଫ ସୌମେନ୍ଦ୍ର ନାରାୟଣ ଦାସଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଧାରା ୩୭୬ ଅନୁସାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ୮ ଜଣ ସାକ୍ଷୀଙ୍କ ବୟାନ ଏବଂ ୨୩ଟି ଦସ୍ତାବିଜ୍ ଆଧାରରେ କୋର୍ଟ ଟୁଟୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତିଷ । ୨୦୧୪ ମସିହା ସେପ୍ଟେମ୍ବରରେ ଦୁଷ୍କର୍ମ ନେଇ ଭୁବନେଶ୍ୱର ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା । ମାମଲାର ପରିଚାଳନା କରୁଥିଲେ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ଡକ୍ଟର ସୁରେଶ କୁମାର ବାରିକ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *