ସ୍ୱାମୀ, ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି କ’ଣ କଲା ଜାଣିଲେ ଉଡ଼ିବ ହୋସ୍‌….

ନୂଆଦିଲ୍ଲୀ: ସ୍ୱାମୀ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନିଜ ଛୁଆକୁ ହତ୍ୟା କରିଥିଲା । ଆଉ ହତ୍ୟା କରିବା ପରେ ଏହି ଲୋମଟାଙ୍କୁରା ଘଟଣାର ଭିଡିଓ କରି ନିଷ୍ଠୁର ବାପା ନିଜ ସମ୍ପର୍କୀୟଙ୍କୁ ପଠାଇଥିଲା । ଏଭଳି ଏକ ଅଭାବନୀୟ ଘଟଣା ତାମିଲନାଡୁର ସଲେମ ଜିଲ୍ଲାରୁ ଆସିଛି । ସୂଚନା ଅନୁଯାୟୀ, ୩୩ବର୍ଷର ମୁରଗନଙ୍କ ମୁରଗେଶ୍ୱରୀଙ୍କ ସହିତ ବିବାହ ହୋଇଥିଲା । ଦୁହିଁଙ୍କ ଦୁଇଟି ସନ୍ତାନ ଥିଲା । ପୁଅର ବୟସ ୯ବର୍ଷ ଥିବା ବେଳେ ଝିଅର ବୟସ ୫ବର୍ଷ ଥିଲା । ମୁରଗନ ଗତ ୧୩ବର୍ଷ ହେବ ଏକ ରେସ୍ତୋରାଁରେ କାମ କରି ଆସୁଥିଲେ । ତେବେ କାମ କରୁଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହେବା ପରେ ୧୦ଦିନ ହେବ ମୁରଗନ ଘରେ ରହିଥିଲେ । ଏହି ସମୟରେ ସ୍ୱାମୀ ଜାଣିବାକୁ ପାଇଲା କି ତାର ସ୍ତ୍ରୀ ଅନ୍ୟ ପୁରୁଷଙ୍କ ସହିତ କଥା ହେଉଛି । ସ୍ତ୍ରୀକୁ କଥା ହେବାକୁ ମନା କରିବା ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ରବିବାର ମୁରଗନ ସ୍ତ୍ରୀର ସେଲଫୋନ ନେଇ ନିକଟସ୍ଥ ଏକ ଦୋକାନକୁ ଯାଇଥିଲା, ଆଉ ସାଥୀରେ ନିଜର ଦୁଇ ପିଲାଙ୍କୁ ବି ନେଇଥିଲା । ସେଠାରେ ଥିବା ଏକ ଆମ୍ବ ଗଛରେ ପୁଅ ଓ ଝିଅକୁ ଟାଙ୍ଗି ହତ୍ୟା କରିଥିଲା । ଆଉ ଘଟଣାର ଭିଡିଓ ରେକର୍ଡିଂ ବି କରିଥିଲା । ଏହି ଭିଡିଓ ରେକର୍ଡିଂରେ କହିଥିଲା, ତୁମେ ମୋତେ ମାରିବାକୁ ଚାହୁଁଥିଲ ନା । ଦେଖ ମୁଁ ଏବେ ମରିଗଲି । ଏହି ଭିଡିଓ ମେସେଜ ମୁରଗନ ନିଜ ସମ୍ପର୍କୀୟଙ୍କୁ ପଠାଇ ଆତ୍ମହତ୍ୟା କରି ଦେଇଥିଲା । ଏହି ଭିଡିଓ ପୋଲିସ ପାଖରେ ପହଞ୍ଚିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାପ, ପୁଅ ଓ ଝିଅର ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *