ମହାନଦୀକୁ ଡେଇଁ ପଡ଼ିଲେ ଦମ୍ପତ୍ତି

କଟକ : କଟକର ଜୋବ୍ରା ବ୍ୟାରେଜରେ ମହାନଦୀକୁ ଏକ ଦମ୍ପତ୍ତି ଡେଇଁପଡ଼ିଥିବା ସୂଚନା ହସ୍ତଗତ ହୋଇଛି । ସେମାନଙ୍କୁ ସ୍ଥାନୀୟ ମାଛଧରାଳି ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯ଼ାଇଛି । ଉଦ୍ଧାର ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯ଼ାଇଛି । ଯୁବତୀ ଜଣକ କଟକ କଲ୍ୟାଣୀ ନଗରର ସ୍ଵାଗତିକା ମହାନ୍ତି ବୋଲି ଜଣାପଡ଼ିଛି । ସେ କିଛି ମାସ ପୂର୍ବରୁ ବିବାହ କରି ନିଜ ସ୍ବାମୀଙ୍କ ସହ ଅନ୍ୟ ଏକ ସ୍ଥାନକୁ ଚାଲିଯାଇଥିଲେ । ମାତ୍ର ଫେରିବାପରେ ଉଭୟଙ୍କ ମଧ୍ୟରେ ବିବାଦ ହେବାରୁ ଯୁବତୀ ଜଣକ ୬୧ ନଂ ବ୍ୟାରେଜ ଫାଟକ ଉପରୁ ମହାନଦୀକୁ ଡେଇଁ ପଡ଼ିଥିଲେ । ସେ ଡେଇଁ ପଡିବା ପରେ ତାଙ୍କୁ ଉଦ୍ଧାର କରିବାକୁ ତାଙ୍କ ସ୍ବାମୀ ମଧ୍ୟ ଡେଇଁ ପଡ଼ିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *