ସାମ୍ନାକୁ ଆସିଲା ଦେଶର ପ୍ରଥମ ଗ୍ରୀନ୍ ଫଙ୍ଗସ୍ ମାମଲା

ଇନ୍ଦୋର : ବ୍ଲାକ୍ ଫଙ୍ଗସ୍ ପରେ ଦେଶରେ ପ୍ରଥମଥର ପାଇଁ ସାମ୍ନାକୁ ଆସିଲା ଗ୍ରୀନ୍ ଫଙ୍ଗସ୍ ମାମଲା । ମଧ୍ୟପ୍ରଦେଶର ଇନ୍ଦୋର ସହରର ସରକାରୀ ଓ ଘରୋଇ ମେଡିକାଲରେ ୫୦୦ରୁ ଅଧିକ ବ୍ଲାକ ଫଙ୍ଗସରେ ସଂକ୍ରମିତ ହେଉଥିବା ବେଳେ ପ୍ରଥମ ଥର ପାଇଁ ଗ୍ରୀନ୍ ଫଙ୍ଗସ ମାମଲା ସାମ୍ନାକୁ ଆସିଛି । ଏହା ଦେଶର ପ୍ରଥମ ଗ୍ରୀନ୍ ଫଙ୍ଗସ୍ ମାମଲା ବୋଲି କୁହାଯାଉଛି । ତେବେ କରୋନାରୁ ସୁସ୍ଥ ହେବା ପରେ ଜଣେ ୩୪ ବର୍ଷ ବୟସ୍କ ବ୍ୟକ୍ତି ଗ୍ରୀନ୍ ଫଙ୍ଗସର ଶିକାର ହୋଇଛନ୍ତି । ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ମଙ୍ଗଳବାର ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଇନ୍ଦୋରରୁ ମୁମ୍ବାଇ ପଠାଯାଇଥିଲା । ପ୍ରାୟ ୯୦ ଦିନ ଚିକିତ୍ସା ପରେ ରୋଗୀ ଗ୍ରୀନ ଫଙ୍ଗସରେ ସଂକ୍ରମିତ ହୋଇଥିବା କୁହାଯାଉଛି । ଇନ୍ଦୋର ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ୩୪ ବର୍ଷୀୟ ରୋଗୀଙ୍କ ଫୁସଫୁସ ପରୀକ୍ଷଣରେ ଗ୍ରୀନ୍ ଫଙ୍ଗସ ମିଳିଛି । ପ୍ରଥମେ ରୋଗୀ ଜଣକ କରୋନାରେ ସଂକ୍ରମିତ ହୋଇଥିଲେ । ପ୍ରାୟ ଦୁଇମାସ ଚିକିତ୍ସା ପରେ ରୋଗୀକୁ ଡିସଚାର୍ଜ କରାଯାଇଥିଲା । ୧୦ ଦିନ ପରେ ରୋଗୀର ଅବସ୍ଥା ପୁଣି ଖରାପ ହେବାକୁ ଲାଗିଲା । ଟେଷ୍ଟ ପରେ ରୋଗୀ ଜଣକ ଗ୍ରୀନ୍ ଫଙ୍ଗସରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *