ଏଣିକି ୨୪ ଘଣ୍ଟା ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ : ଦେଶରେ ଆରମ୍ଭ ହୋଇଯାଇଛି ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ । ଉଭୟ ପ୍ରଥମ ଦ୍ୱିତୀୟ ପର୍ଯ୍ୟାୟରେ ବର୍ତ୍ତମାନସୁଦ୍ଧା ଦେଢ କୋଟିରୁ ଉର୍ଦ୍ଧ୍ୱ ଟିକା ନେଇସାରିଛନ୍ତି । ଏମାନଙ୍କ ମଧ୍ୟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ସାମିଲ ଅଛନ୍ତି । ତେବେ ଟିକା ନେବାର ସମୟ ସୀମାକୁ ବନ୍ଦ କରିଦେଇଛନ୍ତି ସରକାର । ଅର୍ଥାତ ଏବେଠୁ ୨୪ ଘଣ୍ଟିଆ ଟୀକାକରଣ ଜାରି ରହିବ । ବର୍ତ୍ତମାନ ଲୋକେ ସପ୍ତାହକ ୭ ଦିନ ୨୪ ଘଣ୍ଟା ନିଜ ସୁବିଧା ଅନୁସାରେ ଟିକା ନେଇ ପାରିବେ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଟ୍ୱିଟ କରି କହିଛନ୍ତି, ଦିନ ହେଉ କି ରାତି କୌଣସି ବି ସମୟରେ ଘରୋଇ ହସ୍ପିଟାଲ ଯାଇ ଜନସାଧାରଣ କୋରୋନା ଟିକା ନେଇପାରିବେ । ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ସରକାର ଟୀକାକରଣର ଗତି ବଢାଇବା ପାଇଁ ସମୟର ବ୍ୟବସ୍ଥା ଶେଷ କରିଦେଇଛନ୍ତି । ଦେଶର ଜନସାଧାରଣ ଏବେ ୨୪ ଘଣ୍ଟା ନିଜ ସୁବିଧାରେ ଟିକା ନେଇପାରିବେ । ପ୍ରଧାନମନ୍ତ୍ରୀ ମୋଦି ଦେଶର ନାଗରିକଙ୍କ ସ୍ୱାସ୍ଥ୍ୟ ସହିତ ସମୟର ମୂଲ୍ୟକୁ ମଧ୍ୟ ବୁଝନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ମହାମାରୀ କୋରୋନା ବିରୋଧରେ ଯୁଦ୍ଧରେ ଟୀକାକରଣର ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଦିଆଯାଉଛି ଟିକା । ଏହା ସହିତ ୪୫ ବର୍ଷରୁ ଅଧିକ ଯେଉଁମାନଙ୍କର ଗମ୍ଭୀର ରୋଗ ରହିଛି ସେମାନଙ୍କୁ ମଧ୍ୟ ଟିକା ଦିଆଯାଉଛି ।  କରୋନା ଟିକା ସରକାରୀ ହସ୍ପିଟାଲରେ ମାଗଣାରେ ଦିଆଯାଉଛି । ଘରୋଇ ହସ୍ପିଟାଲମାନଙ୍କରେ ଟିକା ପାଇଁ ଲୋକଙ୍କୁ ୨୫୦ ଟଙ୍କା ଦେବାକୁ ପଡୁଛି । ଦୁଇଟି ଡୋଜ ପାଇଁ ୫୦୦ ଟଙ୍କା ଦେବାକୁ ହେବ ।

ଯଦି କୌଣସି ବ୍ୟକ୍ତି କୋରୋନା ଟିକା ନେବାକୁ ଚାହୁଁଥାନ୍ତି, ସେମାନଙ୍କୁ ପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏଥିପାଇଁ କୋ-ୱିନ ପୋର୍ଟାଲରେ ନିଜର ରେଜିଷ୍ଟ୍ରେସନ କରାଇପାରିବେ । ସେହିପରି ଆରୋଗ୍ୟସେତୁ ଆପ ଜରିଆରେ କୋ-ୱିନ ୱେବସାଇଟରେ ମଧ୍ୟ ରେଜିଷ୍ଟ୍ରେସନ କରିହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *