ଏପ୍ରିଲ ମାସରେ ପର୍ବପର୍ବାଣି ନେଇ ଲାଗିଲା କରୋନା କଟକଣା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜି ବି ପଜିଟିଭ୍ ସଂଖ୍ୟା ୨୦୦ ଟପିଥିବା ବେଳେ ଚିନ୍ତାରେ ପ୍ରଶାସନ । ଏହାରି ମଧ୍ୟରେ ରାଜ୍ୟରେ ସର୍ବସାଧାରଣ ପର୍ବପର୍ବାଣି ଉପରେ କଟକଣା ଲଗାଯାଇଛି । ଏପ୍ରିଲରେ ଧାର୍ମିକ ଓ ସାଂସ୍କୃତିକ ପର୍ବ ପାଳନ ଉପରେ କଟକଣା ଲଗାଇଛନ୍ତି ଏସଆରସି । ଗୁଡ୍ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଝାମୁଯାତ୍ରା ମନା ହୋଇଛି । ଦଣ୍ଡଯାତ୍ରା, ଶ୍ରୀ ରାମନବମୀ ଉପରେ ମଧ୍ୟ ରାଜ୍ୟ ସରକାର କଟକଣା ଲଗାଇଛନ୍ତି ।

କୋଭିଡ ଦୃଷ୍ଟିରୁ ଧାର୍ମିକ ଓ ସାଂସ୍କୃତିକ ସମାବେଶ ନିଷେଧ କରିଛନ୍ତି ଏସଆରସି । ସୀମିତ ଲୋକଙ୍କୁ ନେଇ କୋଭିଡ ନିୟମ ମାନି ଧାର୍ମିକ ସ୍ଥଳରେ ପୂଜା କରିହେବ । ସର୍ବସାଧାରଣ ସ୍ଥାନରେ ପାଳନ ଉପରେ କଟକଣା ଲାଗିଛି । ପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ । ନିର୍ଦ୍ଦେଶ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଆରସି କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *