ନବୋଦୟ ବିଦ୍ୟାଳୟ ପାଲଟିଲା କରୋନା ହଟସ୍ପଟ୍‌, ୩୩ ଛାତ୍ର ସଂକ୍ରମିତ

ବେଙ୍ଗାଲୁରୁ : ନବୋଦୟ ବିଦ୍ୟାଳୟ ପାଲଟିଲା ହଟସ୍ପଟ କେନ୍ଦ୍ର । ଜଣେ କି ଦୁଇ ଜଣ ନୁହେଁ ଏକା ଥରକେ ୩୩ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକର କୋଡୁଗୁ ଜିଲ୍ଲାର ନବୋଦୟ ବିଦ୍ୟାଳୟରେ ଏହି କରୋନା ବିସ୍ଫୋରଣ ମାମଲା ସାମ୍ନାକୁ ଆସିଛି । ଏଠାରେ ପଢୁଥିବା ୩୩ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି । ଏହି ମାମଲା ଏମିତି ସମୟରେ ଆସିଛି ଯେତେବେଳେ ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବା ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ନବୋଦୟ ବିଦ୍ୟାଳୟର ୨୭୦ ଜଣଙ୍କ ମଧ୍ୟରୁ ୩୩ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାକି ଛାତ୍ରଙ୍କୁ ଆଇସୋଲେଟ୍ କରାଯାଇଛି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଛାତ୍ର-ଛାତ୍ରୀଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ପଜିଟିଭ୍ ଚିହ୍ନଟ ଅଧିକାଂଶ ଛାତ୍ରଙ୍କ ନିକଟରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ । ଏବେ ବିଦ୍ୟାଳୟର ଅନ୍ୟ କର୍ମଚାରୀଙ୍କ ମଧ୍ୟ କରୋନା ପରୀକ୍ଷଣ କରାଯାଉଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ମଧ୍ୟ କର୍ଣ୍ଣାଟକର ଏକ କଲେଜ କରୋନା ହଟସ୍ପଟ୍ କେନ୍ଦ୍ର ପାଲଟିଥିଲା । ଏଠାକାର କୋଲାରରେ କେଜିଏଫ କଲେଜ୍ ଅଫ ଡେଣ୍ଟାଲ ସାଇନସେଜ୍ ଆଣ୍ଡ ହସ୍ପିଟାଲର ୩୨ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *