ଘାରିଛି ଓମିକ୍ରନ୍ ଚିନ୍ତା: ବିମାନବନ୍ଦରରେ ଟେଷ୍ଟିଂ ଆରମ୍ଭ

ଭୁବନେଶ୍ୱର: ଆଫ୍ରିକାରେ ପ୍ରଥମେ ଚିହ୍ନଟ ହେବା ଦିନଠାରୁ ୧୪ ଦିନ ଭିତରେ କୋଭିଡ୍‌-୧୯ର ନୂତନ ଭାରିଆଣ୍ଟ ଓମିକ୍ରନ୍ ଭାରତ ସମେତ ୩୮ଟି ଦେଶରେ ବ୍ୟାପିସାରିଲାଣି । ଗୁରୁବାର କର୍ଣ୍ଣାଟକରେ ୨ଟି ମାମଲା ଚିହ୍ନଟ ହେବା ପରେ ବିଭିନ୍ନ ରାଜ୍ୟରେ ସତର୍କତା ପଦକ୍ଷେପ ବଢ଼ାଇ ଦିଆଯାଇଥିଲା । କୋଭିଡ୍ ନିୟମ ମାନୁନଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦେଶ ସାରା କର୍ତ୍ତୃପକ୍ଷ ଆଦେଶ ଦେବା ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ ଜାରି କରାଯାଇଛି । ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇବା ସହ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଟେଷ୍ଟିଂ କ୍ୟାମ୍ପ ଆରମ୍ଭ ହୋଇଛି । ଶନିବାରଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି । ସକାଳୁ ଆସୁଥିବା ଅନ୍ତର୍ଜାତୀୟ ବିମାନର ଅବତରଣଠାରୁ ଆରମ୍ଭ କରି ସନ୍ଧ୍ୟାରେ ଥିବା ଶେଷ ଅନ୍ତର୍ଜାତୀୟ ବିମାନର ଅବତରଣ ଯାଏ ଏହା କାର୍ଯ୍ୟ କରୁଛି । ଏହି ଟେଷ୍ଟିଂ କ୍ୟାମ୍ପରେ ୪ରୁ ଊର୍ଦ୍ଧ୍ୱ ସଦସ୍ୟ ଥିବାବେଳେ ଜଣେ ଯାତ୍ରୀଙ୍କ ପଞ୍ଜୀକରଣ, ଜଣେ ଟେଷ୍ଟିଂ ଓ ଜଣେ ଚେକିଂ କରୁଥିବା ବିଏମ୍‌ସି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।
ସୂଚନାଥାଉ କି, ବିମାନବନ୍ଦରରେ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ ସହ ତାଙ୍କ ସବିଶେଷ ତଥ୍ୟ ପଞ୍ଜିକରଣ କରାଯିବ । ପରେ ଯେଉଁ ଜିଲ୍ଲାକୁ ଉକ୍ତ ଯାତ୍ରୀ ଜଣକ ଯିବେ ସେହି ଜିଲ୍ଲା ପ୍ରଶାସନକୁ ତାହା ପ୍ରଦାନ କରାଯିବ । ସେହିପରି ଜିଲ୍ଲାରେ କାର୍ଯ୍ୟରତ ରାପିଡ୍ ରେସ୍ପନ୍ସ ଟିମ୍ (ଆର୍‌ଆର୍‌ଟି) ସମ୍ପୃକ୍ତ ଯାତ୍ରୀଙ୍କ ସହ ନିୟମିତ ଯୋଗାଯୋଗ କରିବା ସହ ସପ୍ତାହ ପରେ ତାଙ୍କ ଆର୍‌ଟିପିସିଆର୍ ନମୁନା ସଂଗ୍ରହ କରିବେ ଓ ତାର ଜେନମ୍ ସିକ୍ୟୁଏନ୍ସିଂ ପାଇଁ ଭୁବନେଶ୍ୱର ସ୍ଥିତ ଆଇଏଲ୍‌ଏସ୍ କେନ୍ଦ୍ରକୁ ପଠାଇବେ । ଯଦି ଯାତ୍ରୀ ଜଣକ ଯାତ୍ରା ସମୟରେ କୌଣସି ଅନ୍ତର୍ଜାତୀୟ ବିମାନବନ୍ଦରରେ ନମୁନା ପରୀକ୍ଷଣ କରାଇଛନ୍ତି, ତେବେ ତା’ର ପ୍ରମାଣପତ୍ର ବିମାନବନ୍ଦରରେ ନିୟୋଜିତ ଟିମ୍‌କୁ ଦେଖାଇବେ । ଯଦି ତାଙ୍କ ଆର୍‌ଟିପିସିଆର୍ ପ୍ରମାଣପତ୍ର ନେଗେଟିଭ୍ ଥିବ ତେବେ ତାଙ୍କୁ ୭ ଦିନ ସଙ୍ଗରୋଧରେ ରହିବାକୁ ପଡ଼ିବ । ଯଦି ସେ ଆର୍‌ଟିପିସିଆର୍ ଟେଷ୍ଟ ନ କରାଇଛନ୍ତି, ତେବେ ବିମାନବନ୍ଦରରେ ତାଙ୍କ ନମୁନା ସଂଗ୍ରହ ହେବ ।ଯାତ୍ରୀ ଜଣକ ଉକ୍ତ ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହେଲେ ତାଙ୍କୁ ତତ୍‌କ୍ଷଣାତ୍ ମେଡିକାଲ୍‌ରେ ଭର୍ତ୍ତି କରାଯିବା ସହ ଏକାନ୍ତବାସରେ ରଖାଯିବ । ସଙ୍ଗରୋଧରେ ରହୁଥିବାବେଳେ ଯଦି ଯାତ୍ରୀଙ୍କ ଶରୀରରେ କୌଣସି ଲକ୍ଷଣ ନଜରକୁ ଆସେ ତେବେ ତୁରନ୍ତ ଆର୍‌ଆର୍‌ଟି ଟିମ୍ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଯାତ୍ରୀଙ୍କୁ ଆର୍‌ଆର୍‌ଟି ଟିମ୍ ଦୈନିକ ଯୋଗଯୋଗ କରିବେ ଓ ସର୍ବନିମ୍ନ ୧୪ ଦିନର ସଙ୍ଗରୋଧ ବାଧ୍ୟତାମୂଳକ ବୋଲି ଜାରି ନିର୍ଦ୍ଦେଶନାମାରୁ ଜଣାପଡ଼ିଛି । ସେହିପରି ଯଦି ଯାତ୍ରୀଙ୍କ ଦ୍ୱାରା ପଞ୍ଜିକୃତ ଠିକଣା ଯଦି ଭୁଲ ହୋଇଥିବ କିମ୍ବା ଯତି ତାଙ୍କୁ ଆର୍‌ଆର୍‌ଟି ଯୋଗାଯୋଗ ନ କରିପାରିବ, ତେବେ ଆଇନ ଅନୁଯାୟୀ ତାଙ୍କ ଉପରେ ପଦକ୍ଷେପ ଗ୍ରହଣ କରାଯିବ । ରାଜ୍ୟର ୨ ବିମାନବନ୍ଦର ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ଟେଷ୍ଟିଂ ଟିମ୍ ନିୟୋଜିତ କରିବାକୁ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ନିର୍ଦ୍ଦେଶ ଦେଇଥିବାବେଳେ ରାଜ୍ୟ ଫେରନ୍ତା ଅନ୍ତର୍ଜାତୀୟ ଯାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ରହିଛି । ଜିଲ୍ଲାସ୍ତରରେ ଡିପିଏଚ୍‌ଓ ଏବଂ ଏଡିୟୁପିଏଚ୍‌ଓଙ୍କୁ ଓମିକ୍ରମ ନିରୀକ୍ଷଣର ନୋଡାଲ ଅଧିକାରୀ ଭାବେ ନିୟୋଜିତ କରାଯାଇଛି । ଫଳସ୍ୱରୁପ ବିଏମ୍‌ସି ପକ୍ଷରୁ ଭୁବନେଶ୍ୱର ବିମାନବନ୍ଦରରେ ଟେଷ୍ଟିଂ କ୍ୟାମ୍ପ ଲଗାଯାଇଥିବାବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳଷ୍ଟେସନରେ ଟେଷ୍ଟିଂ କ୍ୟାମ୍ପ କରାଯିବାକୁ ଆଲୋଚନା କରାଯିବ ବୋଲି ବିଏମ୍‌ସି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *