କରୋନା ପରେ ଡରାଇଲାଣି ସ୍କ୍ରବ୍ ଟାଇଫସ୍ ରୋଗ, ଠିକ୍ ସମୟରେ ଚିକିତ୍ସା ନହେଲେ ହୋଇପାରେ ଘାତକ

ଭୁବନେଶ୍ୱର : କରୋନା ସଂକ୍ରମଣ ଟିକେ ଥମିବା ପରେ ପୁଣି ଦେଖାଦେଇଛି ଆଉ ଏକ ମାରାତ୍ମକ ରୋଗ । ଉତ୍ତରପ୍ରଦେଶ ଓ ବିହାରରେ ଆତଙ୍କ ସୃଷ୍ଟି କରୁଥିବା ସ୍କ୍ରବ୍ ଟାଇଫସ୍ ରୋଗ ଏବେ ନବରଙ୍ଗପୁରରେ କାୟା ବିସ୍ତାର କରିଛି । ନବରଙ୍ଗପୁର ଚନ୍ଦାହାଣ୍ଡିରେ ବ୍ୟାପୁଛି ସ୍କ୍ରବ୍ ଟାଇଫସ୍ ରୋଗ । ଚନ୍ଦାହାଣ୍ଡି ଅଞ୍ଚଳରେ ୩୯ ଜଣ ଲୋକ ସ୍କ୍ରବ୍ ଟାଇଫସ୍ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହି ରୋଗରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କୁ ପ୍ରବଳ ଜ୍ୱର ହେବା ସହ ମୁଣ୍ଡ ବିନ୍ଧା, ଦେହ କୁଣ୍ଡାଇ ହେବା, ମାଂସପେଶୀରେ ଯନ୍ତ୍ରଣା ହେବା ସହ ଦୁର୍ବଳ ଲାଗୁଛି । ସ୍କ୍ରବ୍ ଟାଇଫସ୍ ଅନ୍ୟ ଅଞ୍ଚଳକୁ ବ୍ୟାପିବାର ସମ୍ଭାବନା ଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଭୟ ଘାରିଛି ।

ଚନ୍ଦାହାଣ୍ଡିର ଧୋଡ଼ିପାଣି ଗାଁର କିଛି ଲୋକଙ୍କୁ ଜ୍ୱର ହେବାରୁ ସେମାନେ ଚିକିତ୍ସା ପାଇଁ ଏକ ଘରୋଇ ଡ଼ାକ୍ତରଖାନାକୁ ଯାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସେମାନେ ସ୍କ୍ରବ୍ ଟାଇଫସ୍ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିଥିଲେ । ଏ ଖବର ପାଇ ଗାଁରେ ପହଞ୍ଚିଥିଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ । ସାମାନ୍ୟ ଲକ୍ଷଣ ଥିବା ୬୨ ଜଣ ଲୋକଙ୍କଠାରୁ ନମୂନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୪ ଜଣ, ଦ୍ୱିତୀୟ ପର୍ଯ୍ୟାୟରେ ୧୨ ଜଣ ଓ ତୃତୀୟ ପର୍ଯ୍ୟାୟରେ ୨୩ ଜଣ ସ୍କ୍ରବ୍ ଟାଇଫସ୍ ଦ୍ୱାରା ସଂକ୍ରମିତ ବୋଲି ଜଣାପଡ଼ିଛି । ସମସ୍ତ ଆକ୍ରାନ୍ତଙ୍କୁ ଏବେ ଘରୋଇ ସଙ୍ଗରୋଧରେ ରଖାଯାଇଛି । ତେବେ ଠିକ୍ ସମୟରେ ଏହାର ଚିକିତ୍ସା ନହେଲେ ଏହା ଘାତକ ହୋଇପାରେ । କୌଣସି କୀଟପତଙ୍ଗ, ବିଷାକ୍ତ କୀଟ ଶରୀରକୁ କାମୁଡ଼ିଲେ ତାହାର ଲାଳ ଅଂଶରେ ଯେଉଁ ଭୂତାଣୁ ଶରୀରକୁ ଯାଏ ତାହା ଦ୍ୱାରା ସ୍କ୍ରବ ଟାଇଫସ୍ ଜ୍ୱର ଦେଖାଦେଇଥାଏ । ତେବେ ଏଥିପାଇଁ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *