ଘରେ ରହି କରୋନା ଟିକା ନେବେ ଶାରିରୀକ ଅକ୍ଷମ ବ୍ୟକ୍ତି

ଭୁବନେଶ୍ୱର: ଘରେ ରହି ଟିକା ନେବେ ଶାରିରୀକ ଅକ୍ଷମ ବ୍ୟକ୍ତି । ଟିକାଦାନ କେନ୍ଦ୍ର ଯାଇ ଟିକା ନେବାକୁ ଅକ୍ଷମ ବ୍ୟକ୍ତିଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶଯ୍ୟାଶାୟୀ, ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କ ଲାଗି ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଶଯ୍ୟାଶାୟୀ, ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ଟିକା ଦିଆଯିବ । ଏଥିଲାଗି ଗୋଟିଏ ଗୋଟିଏ ମୋବାଇଲ ଟିମ୍ ଗଠନ ହୋଇଛି । ସୂଚନା ପାଇବା ପରେ ମୋବାଇଲ ଟିମ୍ ଘରକୁ ଯାଇ ଟିକା ଦେବେ । କେନ୍ଦ୍ରକୁ ଯାଇ ଟିକାନେବାକୁ ଅକ୍ଷମ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ତାଲିକା ଦେବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଦିଆଯାଇଛି । ଗତ ସେପ୍େଟମ୍ବର ୨୩ରେ ଭିନ୍ନକ୍ଷମ ଓ ଚଲାବୁଲା କରିପାରୁନଥିବା ଲୋକଙ୍କୁ ଘରେ କୋଭିଡ ଟିକା ଦିଆଯିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁମତି ଦେଇଥିଳେ । ଦେଶର କୋଭିଡ ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଥିଲେ ଯେ, ଯଦିଓ ସଂକ୍ରମଣ କମିଛି କିନ୍ତୁ ଏଯାଏ ପୁରାପୁରି ସରି ନାହିଁ । କରୋନାର ଦ୍ୱିତୀୟ ଲହର ଲଗାତର ୧୨ ସପ୍ତାହ ହେଲା ସାପ୍ତାହିକ ପଜିଟିଭିଟି ରେଟ୍ ୩ ପ୍ରତିଶତ ତଳେ ରହୁଛି ଏବଂ ଆରୋଗ୍ୟ ହାର ୯୭ ପ୍ରତିଶତରୁ ଅଧିକ ରହୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *