ଶୀତରେ ବଢ଼ିବ ସଂକ୍ରମଣ: ଡିଏମ୍‌ଇଟି

ଭୁବନେଶ୍ୱର: ଆଗକୁ ଆସୁଛି ଶୀତ ଋତୁ । ଏହି ଋତୁରେ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି । ଏହି ସମୟରେ ଘରେ ବାହାରେ ବିପଦ ରହିଥାଏ । ଲୋକେ ଥଣ୍ଡା ଯୋଗୁଁ ଅଧିକ ସମୟରେ ବାହାରେ ବୁଲନ୍ତି ନାହିଁ । ଫଳରେ ଘର ଭିତରେ ମଧ୍ୟ ଭିଡ଼ ହୋଇ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଥାଏ । ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି । ରାଜ୍ୟରେ ଯେତେ କମ୍ ସଂକ୍ରମଣ ହେଲେ ମଧ୍ୟ ତାକୁ ପ୍ରତିକାର କରିବାକୁ ପଡ଼ିବ । ଆମର ଗୋଟିଏ ଭୁଲ ବଡ଼ ବିପଦକୁ ଆମନ୍ତ୍ରଣ କରିପାରେ ବୋଲି ସେ କହିଛନ୍ତି । ସେ ପୁଣି କହିଛନ୍ତି ଯେ କୌଣସି ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଭାରତ ସରକାର କୌଣସି ପ୍ରତିବନ୍ଧକ ରଖିନାହାନ୍ତି । ଅନ୍ୟ ରାଜ୍ୟରୁ ଲୋକ ଆସିବେ । ସେମାନେ ଯାହା ପାଖକୁ ଆସୁଛନ୍ତି, ସେମାନେ ସତର୍କତା ପଦକ୍ଷେପ ନେବା ଦରକାର । ପୂର୍ବରୁ ତୃତୀୟ ଲହରକୁ ନେଇ ଭିନ୍ନ ଭିନ୍ନ ମତ ଆସିଥିଲା । ଏପର୍ଯ୍ୟନ୍ତ ତୃତୀୟ ଲହର ଆସିନାହିଁ । ସମୟ କହିବ କେବେ ଆସିବ । ସବୁବେଳେ ସବୁ ଆକଳନ ଯେ ଠିକ୍ ହେବ ଏକଥା କହିହେବ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *