ଲକ୍ଷଣ ଥିଲେ ପିଲା ସ୍କୁଲକୁ ଯାଆନ୍ତୁ ନାହିଁ

ଭୁବନେଶ୍ୱର: ରାଜ୍ୟରେ ଶିଶୁ ସଂକ୍ରମଣ ସାଙ୍ଘାତିକି ପରିସ୍ଥିତି ସୃଷ୍ଟି କଲାଣି । ତୃତୀୟ ଲହର ଛୁଆଙ୍କ ପାଇଁ ଘାତକ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଯେଉଁ ଆକଳନ କରିଥିଲେ, ତାହା ବର୍ତ୍ତମାନଠାରୁ ଜଳଜଳ ହୋଇ ଦେଖାଦେଲାଣି । ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦେଖି ଅଭିଭାବକମାନେ ଛାନିଆ ହେଲେଣି । ଏନେଇ ସ୍କୁଲ ପିଲାଙ୍କୁ କରୋନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ ସ୍କୁଲରେ ସର୍ଭେଲାନ୍ସ କଡ଼ାକଡ଼ି କରାଯାଉଛି । ଯେଉଁଠାରେ କୋଭିଡ୍ କଟକଣା ଢିଲା ଦେଖିବାକୁ ମିଳିବ, ସେଠାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ । ଯଦି କେଉଁ ପିଲାଙ୍କଠାରେ ଲକ୍ଷଣ ଦେଖାଦେଉଛି, ସେମାନେ ସ୍କୁଲକୁ ନଆସିବା ଉଚିତ । ବର୍ତ୍ତମାନ ଆଇସିୟୁରେ ୦.୨ପ୍ରତିଶତ ପିଲା ଥିବାବେଳେ ଭେଣ୍ଟିଲେଟରରେ କୌଣସି ପିଲା ନାହାନ୍ତି । ରାଜ୍ୟରେ ସଂକ୍ରମଣ ସ୍ଥିତି ଉପରେ ମତ ରଖି ସେ କହିଛନ୍ତି ଯେ ଭୁବନେଶ୍ୱର ଓ କଟକର ଆର-ଭାଲ୍ୟୁ ୧ ରହିଥିବା ବେଳେ ଉପକୂଳ ଜିଲ୍ଲାଗୁଡ଼ିକରେ ଆର-ଭାଲ୍ୟୁ ୦.୯% ରହିଛି । ସେପଟେ ଡିଏମ୍‌ଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ ପିଲାମାନେ କରୋନା କଟକଣା କଡ଼ାକଡ଼ି ପାଳନ କରିବା କଷ୍ଟକର । ସେମାନଙ୍କୁ ଶିକ୍ଷକ ତଥା ଅଭିଭାବକ ସେଥିପାଇଁ ପରାମର୍ଶ ଦେବା ଉଚିତ ।

ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବାକୁ ସବୁବେଳେ ଚେତାଇ ଦେବା ଉଚିତ । ପିଲାଙ୍କ ସଂକ୍ରମଣ କ୍ଷେତ୍ରରେ ଯଦି ପରିସ୍ଥିତି ବିଗିଡ଼ିବ, ତାହେଲେ ସ୍କୁଲ ବନ୍ଦ କରାଯିବ । ପିଲାଙ୍କ ଭବିଷ୍ୟତ ନେଇ ଅଭିଭାବକ ଓ ଶିକ୍ଷକ ଯତ୍ନବାନ ହେବା ଉଚିତ । ପିଲାଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ପ୍ରାଥମିକ ଦାୟିତ୍ୱ ହେଉଛି ଅଭିଭାବକଙ୍କର । ସେମାନେ କିଛି ଲୁଚାଇବା କଥା ନୁହେଁ । ପିଲାଙ୍କୁ କାଶ, କଫ, ଥଣ୍ଡା ହେଲେ ତୁରନ୍ତ ସରକାରଙ୍କୁ ଜଣାନ୍ତୁ । ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କେବଳ ୯୩ ଜଣ ୧୮ ବର୍ଷରୁ କମ୍ ବର୍ଗର ପିଲା ଅଛନ୍ତି । ଆଜି ରାଜ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ଅନ୍ୟ ୨୯ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଭିତରେ ସୀମିତ ରହିଛି । ରାଜ୍ୟରେ ଆଜି ୭ ଆକ୍ରାନ୍ତଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଅନୁଗୁଳରୁ ୨, କଟକରୁ ୨, ଖୋର୍ଦ୍ଧାରୁ ୨ ଓ ପୁରୀରୁ ଜଣେ ଅଛନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୬୨କୁ ବୃଦ୍ଧି ପାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *