ବଢ଼ୁଛି କରୋନା ସଂକ୍ରମଣ: ଆହୁରି କଡ଼ାକଡ଼ି ହେବ କଟକଣା

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ କରୋନା ସକଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଦିଲ୍ଲୀ ସରକାର ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ନୂଆ କଟକଣା ଓ ୟେଲୋ ଆଲର୍ଟ ଲାଗୁ କରାଯିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘୋଷଣା କରିଛନ୍ତି । କରୋନାକୁ ନେଇ ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ଅଧିକାଂଶ ଲୋକଙ୍କ ଠାରେ ସ୍ୱଳ୍ପ ଲକ୍ଷଣ ଦେଖା ଯାଉଛି । ବର୍ତ୍ତମାନ ସୁଦ୍ଧା କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଆଇସିୟୁ/ଭେଣ୍ଟିଲେଣ୍ଟର/ଅକ୍ସିଜେନର ଆବଶ୍ୟକତା ପଡ଼ିନାହିଁ । ତେଣୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଚଳିତ ଥର କରୋନାଠୁ ନିଜକୁ ରକ୍ଷା କରିବାକୁ ହେଲେ ୧୦ ଗୁଣା ଅଧିକ ପ୍ରସ୍ତୁତ ରହବିକୁ ପଡ଼ିବ । ବଜାର ଓ ମଲ୍‌ରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ଏପରିକି ଲୋକମାନେ ମାସ୍କ ମଧ୍ୟ ପିନ୍ଧୁ ନାହାନ୍ତି । ଯଦି ଏଭଳି ସ୍ଥିତି ଲାଗି ରୁହେ ତା’ହେଲେ ମାର୍କେଟ୍ ବନ୍ଦ ଲାଗି ନିଷ୍ପତ୍ତି ନିଆଯିବ । ଫଳରେ ଏହାର ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡ଼ିବ ।’

ତେଣୁ ଲୋକମାନେ ମାସ୍କ ପିନ୍ଧିବା ସହ କୋଭିଡ୍ ଗାଇଡଲାଇନ୍ସକୁ ପାଳନ କରିବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ୟେଲୋ ଆଲର୍ଟ ସେତେବେଳେ ଜାରି କରାଯାଇଥାଏ ଯେତେବେଳେ ଲଗାତାର ୨ ଦିନ ପର୍ଯ୍ୟନ୍ତ କରୋନା ପଜିଟିଭିଟି ରେଟ୍ ୦.୫%ରୁ ଅଧିକ ରହିଥାଏ । ଏହା ଲାଗୁ ହେଲେ ରାତିରେ ନାଇଟ୍ କର୍ଫ୍ୟୁ, ସ୍କୁଲ୍ ତଥା କଲେଜ ଇତ୍ୟାଦି ବନ୍ଦ, ଆବଶ୍ୟକ ନଥିବା ସାମଗ୍ରୀ ଦୋକାନ ଗୁଡ଼ିକ ଅଡ୍‌-ଇଭେନ୍ ଆଧାରରେ ଖୋଲିବ, ମେଟ୍ରୋ ଟ୍ରେନ୍ ତଥା ସାର୍ବଜନିକ ପରିବହନ ବସ୍‌ରେ ଯାତ୍ରୀମାନେ ବସିବା କ୍ଷମତାକୁ ଅଧା କରାଯିବା ଭଳି ଉପାୟ ଲାଗୁ ହୋଇଥାଏ । ଗତ ୬ ମାସରେ ଗତକାଲି ଦିଲ୍ଲୀରେ ଦିନକରେ ସର୍ବାଧିକ ୩୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *