ତୈଳଦର ବୃଦ୍ଧି ପ୍ରତିବାଦରେ ବାମ ଦଳର ବନ୍ଦ ଡାକରା, କଂଗ୍ରେସ କଲା ସମର୍ଥନ

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ୁଛି ତୈଳଦର । ପେଟ୍ରୋଲ, ଡିଜେଲ ଦର ବଢ଼ୁଥିବାରୁ ପରିବହନ ଭଡ଼ା ବଢ଼ି ବିଭିନ୍ନ ସାମଗ୍ରୀର ଦରଦାମ୍ ବଢ଼ି ଚାଲିଛି । ତୈଳଦରର ଅହେତୁକ ବୃଦ୍ଧିକୁ ବିରୋଧ କରିଛନ୍ତ ବାମପନ୍ଥୀ ଦଳ ଓ ବିଭିନ୍ନ ସଂଗଠନ । ସେମାନଙ୍କ ପକ୍ଷରୁ ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ବାମ ଦଳର ବନ୍ଦ ଡାକରାକୁ ସମର୍ଥନ ଜଣାଇଛି କଂଗ୍ରେସ । ବନ୍ଦକୁ କଂଗ୍ରେସ ସମର୍ଥନ କରୁଥିଲେ ସୁଦ୍ଧା  ରାସ୍ତାରୋକ କିମ୍ବା ପ୍ରତିବାଦ କରାଯିବ ନାହିଁ । ଏକଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ତେବେ ୧୫ ତାରିଖ ଗୋଟିଏ ଦିନ ଜନସାଧାରଣ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ନକିଣି ପ୍ରତିବାଦ କରିବାକୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *