ପାଞ୍ଚୋଟି ରାଜ୍ୟ ପାଇଁ କଂଗ୍ରେସର ସହ ପ୍ରଭାରୀ ଘୋଷଣା, ସପ୍ତଗିରି ଉଲାକାଙ୍କୁ ଛତିଶଗଡ଼ ଭାର

ନୂଆଦିଲ୍ଲୀ: ପାଞ୍ଚୋଟି ରାଜ୍ୟ ପାଇଁ କଂଗ୍ରେସର ସହ ପ୍ରଭାରୀ ଘୋଷଣା । କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଲ ଏହି ରାଜ୍ୟ ମାନଙ୍କ ପାଇଁ ସହ ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି । ଓଡିଶାରୁ ଲୋକସଭା ଯାଇଥିବା ସପ୍ତଗିରି ଉଲ୍ଲାକା ନାମ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି । ଛତିଶଗଡ ପାଇଁ ସପ୍ତଗିରି ଉଲ୍ଲାକାଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରିଛି କଂଗ୍ରେସ । ସେହିପରି ବିଧାୟିକା ଦିପିକୀ ପାଣ୍ଡେଙ୍କୁ ଉତ୍ତରାଖଣ୍ଡ କଂଗ୍ରେସ ପାଇଁ ସହପ୍ରଭାରୀ , ସଞ୍ଜୟ ଦତ୍ତଙ୍କୁ ହିମାଞ୍ଚଳ ପ୍ରଦେଶ ସହ ତାମିଲନାଡ଼ୁ ଏବଂ ପୁଡୁଚେରୀ ପାଇଁ ମଧୟ ସହପ୍ରଭାରୀ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଅନ୍ୟପଟେ ଇମ୍ରାନ ମାସୁଦଙ୍କୁ ଦିଲ୍ଲୀ ଏବଂ ବ୍ରିଜଲାଲ ଖାବ୍ରୀଙ୍କୁ ବିହାର ସହପ୍ରଭାରୀ ଭାବେ ନିଯୁକ୍ତ କରିଛି କଂଗ୍ରେସ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *