ପୁଣି ଚିନ୍ତା ବଢ଼ାଇଲା କରୋନା, ୟୁରୋପରେ ନୂଆ ୱେଭ୍‌

ନୂଆଦିଲ୍ଲୀ : ପୁଣି ଚିନ୍ତା ବଢ଼ାଇଲାଣି କରୋନା । ୟୁରୋପରେ ଆରମ୍ଭ ହୋଇଛି କରୋନାର ନୂଆ ୱେଭ୍ । ମହାମାରୀ କରୋନା ପୁଣିଥରେ ୟୁରୋପର ବିଭିନ୍ନ ଦେଶରେ ବଢ଼ିବାରେ ଲାଗିଛି । ୟୁରୋପରେ ଏପରି ସଂକ୍ରମଣ ବଢ଼ିବା ସମସ୍ତଙ୍କ ଚିନ୍ତା ବଢ଼ାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ୟୁରୋପର ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛି । ୟୁରୋପର ୫୩ଟି ଦେଶରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଯଦି ଏପରି ସ୍ଥିତି ରୁହେ, ଫେବ୍ରୁଆରୀ ବେଳକୁ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ଛୁଇଁପାରେ ବୋଲି କହିଛନ୍ତି ଡବ୍ଲୁଏଚ୍‌ଓ ୟୁରୋପ ମୁଖ୍ୟ ହାନସ କ୍ଲୁଗେ । ଗତ ସପ୍ତାହରେ ୟୁରୋପରେ ସଂକ୍ରମଣ ୬ ପ୍ରତିଶତ ବୃଦ୍ଧି ପାଇଛି । ଜର୍ମାନରୁ କେବଳ ଦୈନିକ ନୂଆ ସଂକ୍ରମଣ ୩୩ ହଜାରରେ ପହଁଚିଛି । ସେହିଭଳି ରୁଷିଆ ଓ ୟୁକ୍ରେନରେ ବି ବଢ଼ୁଛି ସଂକ୍ରମଣ । ତେବେ ଆଗକୁ ଏହା କେଉଁ ରୂପ ନେବ ତାହା କହିବା ମୁସ୍କିଲ ହେଲାଣି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *