ଆଞ୍ଚଳିକ ବିକାଶରେ ଗୋଷ୍ଠୀ ସମୂହର ଭାଗିଦାରୀ ସନ୍ତୁଳନ ରକ୍ଷା କରେ’, ମୁଖ୍ୟମନ୍ତ୍ରୀ ଆଉ କଣ କହିଲେ ଜାଣନ୍ତୁ…

ଭୁବନେଶ୍ୱର : ଯୋଜନା ଓ ଅଭିସରଣ ବିଭାଗ ପକ୍ଷରୁ ୫୬ ଜଣ ବରିଷ୍ଠ ଅର୍ଥନୀତିକ ପରମର୍ଶଦାତାଙ୍କୁ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରୋକ୍ତ ମତ ଦେଇଛନ୍ତି । ଏହି ୫୬ଜଣ ଆର୍ଥିକ ଗବେଷକମାନେ ସ୍ଥାନୀୟ ଅଳର ବିକାଶ ଯୋଜନା ସହ ସମ୍ବନ୍ଧିତ ତଥ୍ୟ ସଂଗ୍ରହ, ସଂକଳନ ଓ ଯା ସମେତ ବିଶ୍ଳେଷଣ କାର୍ଯ୍ୟ ଆଦିରେ ନିୟୋଜିତ ହେବେ । ଏଥିସହ ଜିଲ୍ଲା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତି ଓ ସ୍ଥାନୀୟ ଅଞ୍ଚଳର ବିକାଶ କ୍ଷେତ୍ରରେ ଧ୍ୟାନ ସେବା ସହ ସହୋଗ କରିବେ । ଯୋଜନା ଓ ସମନ୍ୱୟ ଦ୍ୱାରା କିଭଳି ବିକାଶର ଲକ୍ଷ୍ୟ ହାସଲ ହୋଇ ପାରିବ ଏହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଏହା ଦ୍ୱାରା ସାମାଜିକ ବୈଷମ୍ୟ ମଧ୍ୟ ଦୂର ହେବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ । ବରିଷ୍ଠ ଅର୍ଥନୀତିଜ୍ଞ ମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆପଣମାନେ ବର୍ତ୍ତମାନ ରାଜ୍ୟ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଆପଣଙ୍କ ଦକ୍ଷତା ଏବଂ ଶକ୍ତି ରାଜ୍ୟ ପାଇଁ ସମ୍ବଳ ହେବ ବୋଲି ମୁଁ ବିଶ୍ୱାସ କରେ । ରାଜ୍ୟର ଉନ୍ନତି ଦିଗରେ ଆପଣ ମାନଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଯୋଜନା ଏବଂ ସମନ୍ୱୟ ବିଭାଗର ମନ୍ତ୍ରୀ ପଦ୍ମନାଭ ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫ଟି ସଚିବ ଭିକେ ପାଣ୍ଡିଆନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ନୂତନ ଭାବରେ ନିଯୁକ୍ତ ଅଫିସରଙ୍କୁ ୩ ମାସର ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଉନ୍ନୟନ କମିଶନର ପି କେ ଜେନା ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *