୨୦୦୮ ପରଠୁ ଅପହରଣ ଓ ନିଖୋଜ ମାମଲାର ଖୋଳତାଡ଼ କରିବ କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜଧାନୀରେ କମିଶନରେଟ ପୋଲିସର ଆରମ୍ଭ କଲା କିଡନ୍ୟାପିଂ ଓ ମିସିଂ ସେଲ। କମିଶନରେଟ ପୋଲିସ ଗଠନ ଦିନଠାରୁ ଅପହରଣ ଓ ମିସିଂ ହୋଇଥିବା ମାମଲା ଗୁଡିକ ରିଓପନ କରିବ ପୋଲିସ । ଜଣେ ଏସିପିଙ୍କୁ ଦିଆଯାଇଛି ଦାୟିତ୍ୱ । ଗତ ୧୨ ବର୍ଷ ଧରି ପଡି ରହିଥିବା ମାମଲା ଗୁଡିକର ତାଲିକା ପ୍ରସ୍ତୁତ କରି ତଦନ୍ତ କରୁଛି ପୋଲିସ । ପୋଲିସର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ପୁର୍ବତନ ପୋଲିସ ଡିିଜି । ଅପରେସନ୍ ଅପହରଣ ଓ ନିଖୋଜ।

ପୁରୁଣା କେସର ଫାଇଲ ରିଓପନ କଲା ପୋଲିସ । ଅପରେସନ ଆରମ୍ଭରୁ 30 ନାବାଳିକା ଉଦ୍ଧାର। ଫୋକସ୍ ରେ ନାବାଳିକା ଅପହରଣ , ଅଜଣା ମୃତ ଦେହ ଓ ଅପହରଣ ମାମଲା। ଗଠନ ହେଲା ସ୍ୱତନ୍ତ୍ର ସେଲ । ଟିମ୍ କୁ ଲୀଡ଼ କରିବେ ଏସିପି। ଜଣେ iic ଓ si ତଦନ୍ତରେ କରିବେ ସହଯୋଗ । 2008 ରୁ କମିଶନରେଟ ପୋଲିସ ଗଠନ ଦିନ ଠାରୁ ପଡି ରହିଥିବା ମାମଲା ଗୁଡିକୁ ତଦନ୍ତ କରିବ ଏହି ଟିମ୍ । କମିଶନରେଟ ପୋଲିସର ତଥ୍ୟ ଅନୁସାରେ କମିଶନରେଟ ପୋଲିସ ଗଠନ ହେବା ଦିନଠୁ ରାଜଧାନୀର ବିଭିନ୍ନ ଥାନାରେ ୮ଶହ ନାବାଳିକା ମାମଲା ପେଡିଂ ଅଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *