ସାବଧାନ୍… ଦୂର୍ଗାପୂଜା ବଟି ମାଗିଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର: ମା ଆସୁଛନ୍ତି  । ଦଶହରାରେ ଦର୍ଶନ ଦେବେ ମା ଦୂର୍ଗା  । ଏହା ପୂର୍ବରୁ ଶାନ୍ତି ଶୃଙ୍ଖଳାକୁ ନେଇ ସଜାଗ ହୋଇଛି କମିସନରେଟ ପୋଲିସ  ।   ଦ୍ବୈତନଗରୀରେ ଦାଦାବଟିକୁ ନା । ଏଥର ଚାନ୍ଦା ମାଗିଲେ ବନ୍ଧା ହେବେ ଅଭିଯୁକ୍ତ । ଦୁର୍ଗାପୂଜା ପାଇଁ ଟୁଇନସିଟିର ଅଫିସରଙ୍କୁ ଏନେଇ କଡା ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିସନର । ଚାନ୍ଦା ମାଗୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସକୁ ଖବର ଦେବାକୁ କହିଛି ଦୈତ ନଗର ପୋଲିସ  ।

ଏଥର ଦୂର୍ଗା ପୂଜାରେ ଯଦି କୈଣସି ବ୍ୟକ୍ତି ଚାନ୍ଦା ମାଗନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ  । ଏନେଇ ଜନସାଧାରଣ ମାନେ ସିଧାସଳଖ ପୁଲିସକୁ ଖବର ଦେବେ, ସେମାନଙ୍କ ନାଁ ଗୋପନ ରଖାଯିବ । ଯିଏ ଜବରଦସ୍ତି ଚାନ୍ଦା ମାଗିବାକୁ ଉଦ୍ୟମ କରିବ କିମ୍ବା ଚାନ୍ଦା ମାଗିବ, ତାଙ୍କୁ ଛଡା ଯିବ ନାହିଁ ବୋଲି ପୁଲିସ କମିଶନରଙ୍କ ସୂଚନା ଦେଇଛନ୍ତି । ସେପଟେ ଗତକାଲି ଭୁବନେଶ୍ୱରରେ ବାର କର୍ମଚାରୀଙ୍କୁ ଦାଦାବଟି ମାଗିବା ସହ ୨ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା  । ଆଜି ଉକ୍ତ ମାମଲାରେ ଲକ୍ଷ୍ମୀସାଗର ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *