ବିବାହ ଓ ସାମାଜିକ ଉତ୍ସବ ପାଇଁ କମିଶନରେଟ୍ ପୋଲିସର ଗାଇଡଲାଇନ୍

ଭୁବନେଶ୍ୱର : ବିବାହ ଓ ଅନ୍ୟ ସାମାଜିକ ଉତ୍ସବ ଲାଗି ନେବାକୁ ପଡ଼ିବ ଅନୁମତି । ଏନେଇ ସ୍ଥାନୀୟ ପୋଲିସ ଅନୁମତି ଦେବ । ବିବାହ ଓ ସାମାଜିକ ଉତ୍ସବ ନେଇ କମିଶନରେଟ୍ ପୋଲିସ ନୂତନ ଗାଇଡଲାଇନ୍ ଜାରି କରିଛି । ବିବାହ ଉତ୍ସବରେ ଗୋଟିଏ ସମୟରେ ସର୍ବାଧିକ ୫୦ ଜଣ ସାମିଲ୍ ହୋଇପାରିବେ । କାର୍ଯ୍ୟକ୍ରମ ସ୍ଥଳରେ ସମସ୍ତେ ମାସ୍କ ପିନ୍ଧିବେ, ପରସ୍ପର ମଧ୍ୟରେ ୨ ମିଟର ଦୂରତା ରକ୍ଷା କରିବେ ।

ପାନ ଛେପ ଆଦି ପକାଇବା ଉପରେ କଟକଣା ଜାରି କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବିବାହ ଶୋଭାଯାତ୍ରାରେ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି । କୋଭିଡ୍ ନିୟମରେ ଉଲ୍ଲଂଘନ କଲେ ଆୟୋଜନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେହିଭଳି ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ପୋଲିସ ଠାରୁ ଅନୁମତି ନେବାକୁ ପଡ଼ିବ । ଏଥିରେ ୨୦ ଜଣରୁ ଅଧିକ ଲୋକ ଗୋଟିଏ ସମୟରେ ସାମିଲ୍ ହେବେ ନାହିଁ । ସମସ୍ତଙ୍କ ମଧ୍ୟରେ ୨ ମିଟର ଦୂରତା ରହିବ । ସମସ୍ତେ ମୁହଁରେ ମାସ୍କ ପିନ୍ଧିବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *