Coal India conducts 1 st IR Conclave in Bhubaneswar
ଭୁବନେଶ୍ୱରରେ କୋଲ ଇଣ୍ଡିଆର ପ୍ରଥମ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ସ କନ୍କ୍ଲେଭ
ଭୁବନେଶ୍ୱର, ୧୫.୧୨.୨୦୨୨- କୋଲ ଇଣ୍ଡିଆ ଲିମିଟେଡ୍ର ପ୍ରଥମ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ସ (ଆଇଆର) କନ୍କ୍ଲେଭ-୨୦୨୨ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଥିମ୍କୁ ନେଇ ଆୟୋଜିତ ଏହି ଦୁଇ ଦିନିଆ କନ୍କ୍ଲେଭକୁ କୋଲ ଇଣ୍ଡିଆ ଲିମିଟେଡ୍ର ନିର୍ଦ୍ଦେଶକ (ପର୍ସନାଲ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ସ (ଆଇଆର) ବିନୟ ରଞ୍ଜନ ଉଦ୍ଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କେଶବ ରାଓ, ନିର୍ଦ୍ଦେଶକ (ପର୍ସନାଲ) ମହାନଦୀ କୋଲଫିଲ୍ଡ ଲିମିଟେଡ୍ (ଏମସିଏଲ୍)- ସମ୍ବଲପୁର, ଏଚ୍ ଏନ୍ ମିଶ୍ର, ନିର୍ଦ୍ଦେଶକ (ପର୍ସନାଲ), ସେଌକ୍ଷଗ୍ଧ;୍ରାଲ କୋଲଫିଲ୍ଡ ଲିମିଟେଡ୍ (ସିସିଏଲ୍)-ରାଞ୍ଚି, ମନୀଷ କୁମାର, ନିର୍ଦ୍ଦେଶକ (ପର୍ସନାଲ), ଉତ୍ତରାଞ୍ଚଳ କୋଲଫିଲ୍ଡ ଲିମିଟେଡ୍ (ଏନ୍ସିଏଲ୍), ଆହୁତି ଏ, ନିର୍ଦ୍ଦେଶକ (ପର୍ସନାଲ), ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡ୍ (ଇସିଏଲ୍), ଅଜୟ ଚୌଧୁରୀ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପର୍ସନାଲ), କୋଲ ଇଣ୍ଡିଆ ଉପସ୍ଥିତ ଥିଲେ । ଏହି କନ୍କ୍ଲେଭକୁ ଉଦ୍ଘାଟନ କରି ବିନୟ ରଞ୍ଜନ, ନିର୍ଦ୍ଦେଶକ (ପର୍ସନାଲ ଆଣ୍ଡ ଆଇଆର) କହିଛନ୍ତି,ଏହି ଦୁଇଦିନିଆ କନ୍କ୍ଲେଭ୍ କୋଇଲା କମ୍ପାନୀର ଏଚ୍ଆର୍ ପ୍ରଫେସନାଲମାନଙ୍କୁ ସେମାନଙ୍କରକାର୍ଯ୍ୟର ଅଭିଜ୍ଞତା ବାଌକ୍ଷଗ୍ଧ;ିବା ସହିତ ବିଶେଷଜ୍ଞଙ୍କଠାରୁ ପରାମର୍ଶ ଗ୍ରହଣ କରିବାର ସୁଯୋଗ ପ୍ରଦାନ କରିବ । ସ୍ୱାଗତ ଭାଷଣ ମାଧ୍ୟମରେ ଆଇଆର କନ୍କ୍ଲେଭ ବିଷୟବସ୍ତୁର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱ ଦେଇ ଏମସିଏଲ୍ ନିର୍ଦ୍ଦେଶକ (ପର୍ସନାଲ) କେଶବ ରାଓ କହିଛନ୍ତି, କନ୍କ୍ଲେଭରେ ଥିବା ବିଷୟଗୁଡିକ କେବଳ ସାମ୍ପ୍ରତିକ ପରିସ୍ଥିତିରେ ପ୍ରାସଙ୍ଗିକ ନୁହେଁ, ବରଂ ଏଚ୍ଆର୍ ପ୍ରଫେସନାଲମାନଙ୍କ ମଧ୍ୟରେ ଜବରଦସ୍ତ ବିଚାର ଓ ବିତର୍କ ସୃଷ୍ଟି କରିବାରେ ସକ୍ଷମ । କୋଲ ଇଣ୍ଡିଆ ଦେଶର ପ୍ରମୁଖ କର୍ପୋରେଟ୍ମାନଙ୍କ ମଧ୍ୟରେ ରହିଛି ଏବଂ ବିକାଶଶୀଳ ଅର୍ଥନୀତି ପାଇଁ ବଢୁଥିବା ଶକ୍ତି ଆବଶ୍ୟକତାକୁ ସଫଳତାର ସହ ପୂରଣ କରିବ ବୋଲି ଶ୍ରୀ ରାଓ କହିଛନ୍ତି । କୋଭିଡ୍ ଲକ୍ଡାଉନ ସମୟରେ ପରିସ୍ଥିତି ବିଷୟରେ ଉଲ୍ଲେଖ କରି ଶ୍ରୀ ରାଓ କହିଛନ୍ତି, ଦୀର୍ଘଦିନର ତାଲାବନ୍ଦ ଓ ଜୀବନ ପ୍ରତି ବିପଦ ସତ୍ତ୍ୱେ କୋଲ ଇଣ୍ଡିଆର କର୍ମଚାରୀମାନେ ଦୃଢ ଭାବେ ଠିଆ ହୋଇଥିଲେ । ଉତ୍ତାପ, ଧୂଳି, ଥଣ୍ଡା ଓ ବର୍ଷାରେ କଠିନ ପରିଶ୍ରମ କରି ଦେଶର ବିଦ୍ୟୁତ ସଙ୍କଟକୁ ଦୂର କରିବା ପାଇଁ ବହୁ ପରିମାଣର କୋଇଲା ଉତ୍ତୋଳନ କରିଥିଲେ । କୋଇଲା ଉତ୍ତୋଳନ ଓ ବିତରଣ ମାଧ୍ୟମରେ ବର୍ଦ୍ଧିତ ଚାହିଦା ମେଌକ୍ଷଗ୍ଧ;ାଇ ଦେଶର ଆଶା ପୂରଣ କରିପାରିଥିବାରୁ ଆମେ ଗର୍ବିତ ବୋଲି ସେ କହିଛନ୍ତି । ଏହି ଦୁଇଦିନବ୍ୟାପୀ କନ୍କ୍ଲେଭରେ ବିଭିନ୍ନ ପ୍ରସଙ୍ଗରେ ୧୪ଜଣ ବିଶେଷଜ୍ଞ ସେମନଙ୍କ ମଦ ଉପସ୍ଥାପନ କରିବେ
।