କଟକରେ କମିଛି ସଂକ୍ରମଣ, ଦିଆସରିଛି ତିନି ଲକ୍ଷ ଡୋଜ୍

କଟକ: ସହରରେ କମୁଛି କରୋନା ସଂକ୍ରମଣ । ପଜିଟିଭିଟି ରେଟ୍ ମଧ୍ୟ କମିବାରେ ଲାଗିଛି । ସହରବାସୀ ଲକଡାଉନ୍ ନିୟମ ମାନି ଚଳିଥିବାରୁ ଏହା ସମ୍ଭବପର ହୋଇପାରିଛି । ଏଥିପାଇଁ କଟକବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ମେ ୧୫ରେ କଟକରେ ଚିହ୍ନଟ ହୋଇଥିଲେ ସର୍ବାଧିକ ସଂକ୍ରମିତ । ଦୁଇ ମାସର ସମୟ ବେଶ ଚ୍ୟାଲେଞ୍ଜ ଥିଲା । ସମସ୍ତ ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡି, ଆଶାକର୍ମୀ ଓ ପୋଲିସ କର୍ମଚାରୀ ଆଗରେ ରହି ଭଲ କାମ କରିଥିବା କହିଛନ୍ତି କଟକ କମିଶନର ଅନନ୍ୟା ଦାସ । ସେହିପରି ଅନନ୍ୟା ଦାସ କହିଛନ୍ତି, ଆବଶ୍ୟକଠାରୁ ଅଧିକ ଅକ୍ସିଜେନ୍ ବେଡ୍ ଖାଲି ରହିଛି । ଏସସିବି ମେଡିକାଲ କଲେଜରେ ୬୦୦ ବେଡ୍ ଖାଲି ରହିଛି ।ସେଣ୍ଟର ଅଫ ଏକ୍ସଲେନ୍ସରେ ୧୦୦ ବେଡ୍ ଓ ୪୧ ଆଇସିୟୁ ବେଡ୍ ଖାଲି ରହିଛି । କଟକ ସହରରେ ସାଢେ ତିନି ଲକ୍ଷ ଡୋଜ୍ ଦିଆସରିଛି ।

୧୮ରୁ ୪୪ ବର୍ଷ ମଧ୍ୟରେ ଦେଢ ଲକ୍ଷ ଟିକା ଦିଆସରିଛି । ସେହିଭଳି ୪୫ ବର୍ଷରୁ ୫୯ ବର୍ଷ ମଧ୍ୟରେ ୮୫ ହଜାର ଟିକା ଓ ୬୦ ବର୍ଷରୁ ଅଧିକ ବର୍ଗରେ ୭୨ ହଜାର ଟିକା ଦିଆ ସରିଛି । ଅଫଲାଇନ୍ ଟିକାକରଣ ପାଇଁ କ୍ୟାମ୍ପ କରାଯାଇଛି । ଅନ୍ୟପଟେ ବୟସ୍କଙ୍କ ପାଇଁ ଘର ଘର ବୁଲି ମଧ୍ୟ ଟିକାକରଣ କରାଯାଉଛି । ପିକ୍ ଆଉ ଡ୍ରପ ସୁବିଧା କରିଛି ସିଏମସି । ଏଥି ପାଇଁ ମୋବାଇଲ୍ ନମ୍ବର ହେଉଛି ୯୭୭୭୦୬୭୨୯୭ । ବିଦେଶ ଯାଇ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଗୋପାଳପୁର କଲ୍ୟାଣ ମଣ୍ଡପରେ ସ୍ବତନ୍ତ୍ର ଚିକାକରଣ ବ୍ୟବସ୍ଥା କରାଯାଇଛି । ଘରେ ଅକ୍ସିଜେନ୍ ପହଞ୍ଚାଇବାର ସୁବିଧା ମଧ୍ୟ କରିଛି ସିଏମସି । ସମସ୍ତେ ସଚେତନ ହୋଇ କୋଭିଡ୍ ମୁକାବିଲା କରିବା ପାଇଁ ଆହ୍ୱାନ ଦେଇଛନ୍ତି ସିଏମସି କମିଶନର ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *