୧ ମାସ ପାଇଁ ଆବାସ ପ୍ଲସ୍ ଆପ୍ କାର୍ଯ୍ୟକ୍ଷମ କରିବାକୁ ଦାବି

ଭୁବନେଶ୍ୱର: ଆବାସ ଯୋଜନା ହିତାଧିକାରୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ରାଜ୍ୟ ପାଇଁ ଆବାସ ପ୍ଲସ୍ ମୋବାଇଲ ଆପ୍ କାର୍ଯ୍ୟକ୍ଷମ କରାଯାଉ । ୧ ମାସ ପାଇଁ ଆବାସ ପ୍ଲସ୍ ଆପ୍ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଆବାସ ପ୍ଲସ୍‌କୁ ସ୍ଥାନାନ୍ତର କରାଯାଉ । କେନ୍ଦ୍ର ସରକାର କେବଳ ୧୪ ଫନି ପ୍ରଭାବିତ ଜିଲ୍ଲା ପାଇଁ ଆପ୍‌ କାର୍ଯ୍ୟକ୍ଷମ କରିଛନ୍ତି । ଅନ୍ୟ ୧୬ ଜିଲ୍ଲା ଏଥିରୁ ବଞ୍ଚିତ ହୋଇଛନ୍ତି । ବଞ୍ଚିତ ଜିଲ୍ଲା ମଧ୍ୟରେ କେବିକେ ଓ ଆଦିବାସୀ ଏବଂ ଅନ୍ୟାନ୍ୟ ପଛୁଆ ଅଞ୍ଚଳ ହିତାଧିକାରୀ ଅଛନ୍ତି । ଏଥିପ୍ରତି ଦୃଷ୍ଟି ଦେବାକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି ପ୍ରଭାବିତ ହୋଇ ନଥିବା ଜିଲ୍ଲାର ୬ ଲକ୍ଷ ହିତାଧିକାରୀଙ୍କୁ ସାମିଲ ପାଇଁ ଦାବି କରିଛନ୍ତି ନବୀନ । ଓଡ଼ିଶା ପାଇଁ ୮ ଲକ୍ଷ ୧୭ ହଜାର ଟାର୍ଗେଟ୍ ଦେଇଛି କେନ୍ଦ୍ର । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *