ପ୍ରମୋଦ ଭଗତ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଦେବେ ୬କୋଟି ଟଙ୍କାର ଆର୍ଥିକ ପୁରସ୍କାର

ଭୁବନେଶ୍ୱର: କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ନେଇ ଜାରି ରାଜ୍ୟ ସରକାରଙ୍କ ସମର୍ଥନ । କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଠାରୁ ଆରମ୍ଭ କରି  କ୍ରୀଡ଼ାବିତଙ୍କ ପ୍ରଦର୍ଶନରେ ଉନ୍ନତି ନେଇ ରାଜ୍ୟ ସରକାର ଯୋଗାଇ ଆସୁଛନ୍ତି ସହଯୋଗ । ଏହି କ୍ରମରେ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ଓଡ଼ିଆ କ୍ରୀଡ଼ାବିତ ପ୍ରମୋଦ ଭଗତ୍‌ଙ୍କୁ ମଧ୍ୟ ୬କୋଟି ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ଯୋଗ୍ୟ ଯେ, ଗତ ଜୁଲାଇ ୮ ତାରିଖରେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଓଡ଼ିଆ ଅଲିମ୍ପିଆନ୍ ଓ ପରା ଅଲିମ୍ପିଆନଙ୍କ ସହ କଥା ହୋଇ ସେମାନଙ୍କୁ ଉତ୍ସାହିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତାଙ୍କୁ ୬କୋଟି, ରୌପ୍ୟ ପଦକ ବିଜେତାଙ୍କୁ ୪କୋଟି ଓ ବ୍ରୋଞ୍ଜ ପଦକ ବିଜେତାଙ୍କ ପାଇଁ ୨.୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ଏଥିସହିତ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଉଭୟ ଅଲିମ୍ପିଆନ୍ ଓ ପାରା ଅଲିମ୍ପିଆନଙ୍କ ପ୍ରସ୍ତୁତି ନିମନ୍ତେ ୧୫ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *