‘ସ୍କୁଲକୁ ଫେରିବା’ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ‘ମୋ ସ୍କୁଲ ଅଭିଯାନ’କୁ ପୂରିଲା ୪ ବର୍ଷ । ୪ ବର୍ଷ ମଧ୍ୟରେ ସଫଳତାର ସହ ଆଗକୁ ବଢ଼ିଛି ଅଭିଯାନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କଫି ଟେବୁଲ୍ ବୁକ’ ଓ ଏକ ସ୍ବତନ୍ତ୍ର ବୁକଲେଟ୍ ‘ସ୍କୁଲକୁ ଫେରିବା’ ଉନ୍ମୋଚନ କରିଛନ୍ତି । ବହୁ ପୂର୍ବତନ ଛାତ୍ରଛାତ୍ରୀଙ୍କ ସଫଳ କାହାଣୀ ରହିଛି ଏଥିରେ । ଯାହକୁ ପଢ଼ି ଛାତ୍ରଛାତ୍ରୀ ଆଗକୁ ବଢ଼ିବାକୁ ଉତ୍ସାହିତ ହେବ । ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଭାଗୀୟ ଅଧିକାରୀ ଓ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ୨୦୧୭ ନଭେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ମୋ ସ୍କୁଲ ଅଭିଯାନ । ଗତକାଲି ଶିଶୁଦିବସରେ ଏହି ଅଭିଯାନକୁ ୪ ବର୍ଷ ପୂରଣ ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *