୫ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ରାଜ୍ୟକୁ ମିଳିବ ହକ୍‌ । ୫ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ । ଆସନ୍ତା ୨୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସୁଥିବା ମାଓ ମୁକାବିଲା ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ମାଓ ମୁକାବିଲା ପାଇଁ କେନ୍ଦ୍ରୀୟ ସହାୟତା ସହ କେନ୍ଦ୍ରୀୟ ଅଂଶଧନ ବାବଦକୁ ଥିବା ବକେୟା ଟଙ୍କା ଦେବା ପାଇଁ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟର ନ୍ୟାଯ୍ୟ ଦାବି ହାସଲ କରିବା ପାଇଁ ଏହି ଗସ୍ତ ସମୟରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ନବୀନ ଦାବି ଦୋହରାଇବେ । ଯାହାକୁ ନେଇ ସରଗରମ ରାଜ୍ୟ ରାଜନୀତି ।

୨୬ରେ ବସିବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମାଓଦମନ ରଣନୀତି ନେଇ ବୈଠକ । ଦେଶରୁ ଉଗ୍ରବାଦ ମୂଳପୋଛ ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ହେଉଥିବା ଏହି ଗୁରୁତ୍ୱପୂର୍ଣ୍ଣ  ବୈଠକରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇ ରଖିବେ ମୁକାବିଲାରେ ସଫଳତାର ମନ୍ତ୍ର । ରାଜ୍ୟର ୫ଟି ଜିଲ୍ଲାରେ ମାଓ ହିଂସା ହ୍ରାସ ହୋଇଥିବା ବେଳେ ମାଓ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ବିଷୟରେ କେନ୍ଦ୍ରକୁ ଅବଗତ କରାଇବେ ନବୀନ । ଏହାସହ କେନ୍ଦ୍ରୀୟ ବକେୟା ଅର୍ଥ ଦେବା ପାଇଁ ଦାବି କରିବେ । ପାଖପାଖି ୨୯୦୭କୋଟି ବକେୟା ଟଙ୍କା ପ୍ରଦାନ ପାଇଁ ଦାବି କରିବେ ମୁଖ୍ୟମନ୍ତ୍ରୀ । କେବଳ ସେତିକି ନୁହେଁ, କେନ୍ଦ୍ରୀୟ ଅଂଶଧନ ବାବଦରେ ରାଜ୍ୟର ହକ୍ ବାବଦରେ ବକେୟା ରହିଥିବା ଅର୍ଥକୁ ଦେବା ପାଇଁ ଦାବି ମଧ୍ୟ କରିବେ ମୁଖ୍ୟମନ୍ତ୍ରୀ । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ଏହି ଦାବିକୁ ତୁରନ୍ତ ପୁରଣ କରିବା ଦରକାର ବୋଲି ଶାସକ ବିଜେଡି କହିଛି  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *