ଭୁବନେଶ୍ୱର AIIMSରେ ଖୋଲିବ ଅଗ୍ନିଶମ ସେବା କେନ୍ଦ୍ର, ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଏମସ୍ ପରିସରରେ ଅଗ୍ନିଶମ ସେବା କେନ୍ଦ୍ର ଖୋଲାଯିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞୁରୀ ଦେଇଛନ୍ତି । ଏହି ଅଗ୍ନିସେବା କେନ୍ଦ୍ରରେ ଜଣେ ଷ୍ଟେସନ ଅଫିସରଙ୍କ ସମେତ ଦଶ ଜଣ କର୍ମଚାରୀ ରହିବେ । ଏଥିପାଇଁ ରାଜ୍ୟ ସରକାର ଦଶଟି ନୂତନ ପଦବୀ ସୃଷ୍ଟି କରିଛନ୍ତି । ଏମ୍ସ ପରି ଏକ ସର୍ଵଭାରତୀୟ ଚିକିତ୍ସା ପ୍ରତିଷ୍ଠାନର ଅଗ୍ନି ନିରାପତ୍ତାକୁ ସୁଦୃଢ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏସସିବି ମେଡିକାଲ, ଏମକେସିଜି ମେଡିକାଲ, ଭିମସାର ବୁର୍ଲାରେ ଗୋଟିଏ ଗୋଟିଏ ଅଗ୍ନିଶମ କେନ୍ଦ୍ର ରହିଛି । ସାରା ରାଜ୍ୟରେ ୩୩୮ଟି ଅଗ୍ନିଶମ ସେବା କେନ୍ଦ୍ର ଲୋକଙ୍କୁ ସେବା ଯୋଗାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *