ବକରୀ ଇଦ୍ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସମଗ୍ର ଦେଶରେ ଆଜି ମୁସଲମାନ ଭାଇ-ଭଉଣୀମାନେ ପାଳୁଛନ୍ତି ବଳିଦାନର ପର୍ବ ଇଦ୍ ଅଲ୍‌ ଅଦା ବା ବକରୀ ଇଦ୍ । ଆନନ୍ଦ ଉଲ୍ଲାସ ମଧ୍ୟରେ ଏହି ପର୍ବ ପାଳନ କରୁଛନ୍ତି ମୁସଲମାନ ଭାଇ ଓ ଭଉଣୀ । ଏହି ଅବସରରେ କରୋନା କଟକଣା ଯୋଗୁଁ ଘରେ ରହି ଏହି ବଳିଦାନର ପର୍ବ ପାଳୁଛନ୍ତି । ଏହି ଅବସରରେ ମୁସଲମାନ୍ ଭାଇ ଓ ଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ଜଣାଇଛନ୍ତି । ଏହି ପର୍ବ ସମାଜରେ ଶାନ୍ତି ଓ ମୈତ୍ରି ଭାବ ଜାଗ୍ରତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ କୋରୋନା ମହାମାରୀ ଯୋଗୁଁ  କଟକଣା ମଧ୍ୟରେ ଏହି ପର୍ବ ଅନୁଷ୍ଠିତ ହେଉଥିବା ବେଳେ, ବିଭିନ୍ନ ମସଜିଦ୍ ସମେତ ଇଦଗାହାରେ ମଧ୍ୟ ନମାଜ୍ ପାଠ କରାଯାଇଛି । ତେବେ ଏହି ନମାଜ୍ ପାଠ କେବଳ ପାଞ୍ଚ ଜଣକୁ ନେଇ ଅନୁଷ୍ଠିତ ହେବ  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *