ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସିଏମସିକୁ ୧୦ କୋଟି
ଭୁବନେଶ୍ୱର: କୋଭିଡ ପ୍ରତିହତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି । କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବାରୁ ସେଠାରେ ପରିଚାଳନାକୁ ପରିପୃଷ୍ଟ କରିବାକୁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ମହାନଗର ନିଗମକୁ ଏନେଇ ୧୦ କୋଟି ଟଙ୍କାର ଆର୍ଥିକ ସହୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଟଙ୍କା ସହାୟତା ଆକାରରେ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଯେପରି କଟକରେ କୋଭିଡ ମୁକାବିଲା ସଠିକ ଏବଂ ସମନ୍ୱୟ ଭାବେ କରାଯିବ, ବେଡ ଠାରୁ ଆରମ୍ଭ କରି କୋଭିଡ ପରିଚାଳନାର ସମସ୍ତ ମୌଳିକ ସୁବିଧା ରହିପାରିବ । ସେନେଇ ଦୃଷ୍ଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି କଟକ ମହାନଗର ନିଗମକୁ ପ୍ରଦାନ କରାଯାଇଥିବା ୧୦ କୋଟି ଟଙ୍କା କୋଭିଡ ପରିଚାଳନାରେ ଖର୍ଚ୍ଚ ହେବ । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ୧୦ କୋଟି ପ୍ରଦାନ କରିଥିଲେ । ସହରରେ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଏହାକୁ କିପରି ରୋକି ହେବ, କିପରି କୋଭିଡ ପରିଚାଳନାରେ କୌଣସି ମଧ୍ୟ ସାମାନ୍ୟ ଅବହେଳା ନେହବ । ସେନେଇ ଗୁରୁତ୍ୱ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।