ପାଠ୍ୟକ୍ରମରେ ସାମିଲ ହେବ ବିପର୍ଯ୍ୟୟ, ମହାମାରୀ ମୁକାବିଲା ବିଷୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କରୋନା ସହ ବାତ୍ୟା ମୁକାବିଲା ନେଇ ଶେଷ ହୋଇଛି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସରିଛି ବୈଠକ । ବୈଠକରେ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣରେ କହିଛନ୍ତି ଯେ, ‘ବିପର୍ଯ୍ୟୟ ପରିଚାଳନାରେ ଓଡିଶା ବିଶ୍ୱରେ ମଡେଲ ରାଜ୍ୟ ହୋଇଛି । ସ୍କୁଲ, କଲେଜ ପାଠରେ ସାମିଲ ହେବ ବିପର୍ଯ୍ୟୟ, ମହାମାରୀ ମୁକାବିଲା ବିଷୟ । ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ପାଇଁ ତାଲିମ ଦିଆଯିବ । ଛାତ୍ରଛାତ୍ରୀ, ସରକାରୀ ଅଧିକାରୀ ଓ ଲୋକପ୍ରତିନିଧିଙ୍କୁ ତାଲିମ ଦିଆଯିବ । ପଞ୍ଚମ ପାଳିର ମୁଖ୍ୟ ଫୋକସ ହୋଇ ରହିଛି ୫ଟି । ସ୍ୱାସ୍ଥ୍ୟ, ଶିକ୍ଷାର ବିକାଶ ଉପରେ ସବୁ ବେଳେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି । ଏହା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ୭୫୦୦ କୋଟିର ପୁଞ୍ଜି ବିନିଯୋଗ ହୋଇଛି । ଏସସିବି ମେଡିକାଲ କଲେଜ ବିଶ୍ୱସ୍ତରୀୟ ଅନୁଷ୍ଠାନ ହେବ । ବର୍ଷକ ମଧ୍ୟରେ ୭୮୬ ଡାକ୍ତର ଓ ୫୧୩୭ ପାରାମେଡିକ ନିଯୁକ୍ତ ହୋଇଛନ୍ତି । ଓଡିଶା ଏବେ ପୁଞ୍ଜି ବିନିଯୋଗରେ ଆକର୍ଷଣୀୟ କେନ୍ଦ୍ର ରହିଛି । କୋଭିଡ ସତ୍ତ୍ୱେ ବଡ ବଡ ପୁଞ୍ଜି ନିବେଶକୁ ଆକର୍ଷିତ କରାଯାଇଛି । କ୍ରୀଡାର ବିକାଶ ଦିଗରେ ନିରନ୍ତର ପ୍ରୟାସ ଚାଲୁ ରହିଛି । ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିଅମ ନିର୍ମାଣ ହେବ । ବିଭିନ୍ନ କ୍ରୀଡା ପ୍ରକଳ୍ପ ପାଇଁ ହଜାରେ କୋଟିରୁ ଅଧିକ ବିନିଯୋଗ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *