ଏୟାର ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଚିକିତ୍ସା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ । ଶୀଘ୍ର ଚିକିତ୍ସା ପାଇଁ ଏଣିକି ଗୁରୁତର ରୋଗୀଙ୍କୁ ମିଳିବ ଏୟାର ଆମ୍ବୁଲାନ୍ସ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ବାୟୁ ସ୍ବାସ୍ଥ୍ୟସେବାର ଶୁଭାରମ୍ଭ । ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରୁ ମାଲକାନଗିରି ଜିଲ୍ଲା ପାଇଁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାଥମିକ ପର୍ଯ୍ୟାୟରେ ଅନ୍ୟ ତିନିଟି ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ରୋଗୀଙ୍କ ପାଇଁ ଏହି ସୁବିଧା ମିଳିବ । ପରେ ଅନ୍ୟ ଜିଲ୍ଲା ପାଇଁ ବ୍ୟବସ୍ଥା କରାଯିବ । ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଦ୍ବାରା ଉପାନ୍ତ ଅଞ୍ଚଳରେ ଗରିବ ଲୋକଟିଏ ବି ଉତ୍ତମ ସ୍ବାସ୍ଥ୍ୟ ସେବା ପାଇପାରିବ । ଏବେ ଏୟାର ଆମ୍ବୁଲାନ୍ସ୍ ସେବା ଆରମ୍ଭ ହେବା ପରେ ଆଉ ଗୁରୁତର ରୋଗୀଙ୍କୁ ନେବା ଆଣିବାରେ ସମସ୍ୟା ହେବନାହିଁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *