ଉଠାଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : କରୋନା କାଳରେ ସବୁଠାରୁ ଅଧିକ ହନ୍ତସନ୍ତ ହୋଇଥିବା ଉଠାଦୋକାନୀ ମାନଙ୍କ ଆଜି ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଞ୍ଚଳର ଉଠା ଦୋକାନୀ ମାନଙ୍କ ପାଇଁ ପାଣ୍ଠି ମଂଜୁର କରିଛନ୍ତି । ରାଜ୍ୟ ସରକାର ଉଠାଦୋକାନୀ ମାନଙ୍କ ପାଇଁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କରିଛନ୍ତି । ଏହି ଅର୍ଥକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମଂଜୁର କରାଯାଇଛି । ଲକଡାଉନ୍ ସମୟରେ ଉଠା ଦୋକାନୀ ମାନଙ୍କ ସ୍ଥିତି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହି ପ୍ୟାକେଜ୍ ଘୋଷଣା ହୋଇଛି । ତେବେ ଏହି ପ୍ୟାକେଜ୍ ଅଧୀନରେ ରାଜ୍ୟର ୮୭ ହଜାର ୬୫୭ ଉଠା ଦୋକାନୀ ଉପକୃତ ହେବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *