ଆରମ୍ଭ ହେବ ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ, ଖୁବ୍‌ଶୀଘ୍ର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦେଶରେ ତୃତୀୟ ଲହର ଆସିବା ଏକ ପ୍ରକାର ଥୟ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଗୁଆ ସତର୍କ କରାଇଥିବାବେଳେ ତୃତୀୟ ଲହରରେ ଅଧିକରୁ ଅଧିକ ଶିଶୁ ସଂକ୍ରମିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଫଳରେ ଏବେ ସାରା ଦେଶରେ ପୁଣିଥରେ ଆରମ୍ଭ ହେବ ସେରେଲୋଜିକାଲ୍ ସର୍ଭେ । ଦେଶରେ ଏବେ ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ କରାଯିବାକୁ ଥିବାବେଳେ ବିଭିନ୍ନ ରାଜ୍ୟରେ ଥିବା ଆଇସିଏମଆରର ଆଞ୍ଚଳିକ ସଂସ୍ଥା ଓ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସର୍ଭେ କରାଯିବ । ଓଡ଼ିଶାରେ ରାଜ୍ୟ ସରକାରଙ୍କ ସହିତ ମିଳିତ ସହଭାଗିତାରେ ରିଜିଓନାଲ ମେଡିକାଲି ରିସର୍ଚ୍ଚ ସେଣ୍ଟର(ଆରଏମଆରସି) ଏହି ସର୍ଭେ କାର୍ଯ୍ୟ ତୁଲାଇବ । ଏହି କ୍ଷେତ୍ରରେ ପ୍ରଥମଥର ପାଇଁ ୬ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ସାମିଲ କରାଯାଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି । ବର୍ତ୍ତମାନ ଦେଶରେ ୪୫ରୁ ଊର୍ଦ୍ଧ୍ୱ ଓ ୧୮ରୁ ୪୪ ବର୍ଷ ବର୍ଗ ଜନସାଧାରଣଙ୍କୁ ଟିକା ମିଳୁଛି । ହେଲେ ଶିଶୁଙ୍କ ପାଇଁ ଏଯାଏଁ ଟିକା ଆସିନାହିଁ ।

ଶିଶୁଙ୍କୁ ଟିକା ମିଳିବା ନେଇ ଏବେ ବି ଗବେଷଣା ଜାରି ରହିଥିବାବେଳେ ଏହା ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ôଚଛି । ତେଣୁ ଶିଶୁଙ୍କୁ ଟିକା ଦେବା ପୂର୍ବରୁ ସଂକ୍ରମିତ ହୋଇଥିବା ଶିଶୁଙ୍କ ଶରୀରରେ ଆଣ୍ଟିବଡ଼ି କେତେ ବୃଦ୍ଧିପାଇଛି, ଚିହ୍ନଟ ଶିଶୁ ଜଣକ କରୋନାର କେଉଁ ଭୂତାଣୁ ଦ୍ୱାରା ଅଧିକ ସଂକ୍ରମିତ ହୋଇଛନ୍ତି, କେଉଁଟା ଅଧିକ କ୍ଷତିକାରକ ହୋଇଛି ଓ ସଂକ୍ରମଣ ହେବା ପରେ ଭୂତାଣୁ ତା’ର ରୂପ ପରିବର୍ତ୍ତନ କରିଛି କି ନାହିଁ ସେସବୁର ପରୀକ୍ଷଣ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜନୈକ ବରିଷ୍ଠ ଅଧିକାରୀଙ୍କଠାରୁ ପ୍ରକାଶ । ଏଥିସହ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ସର୍ଭେରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ମଧ୍ୟ ସାମିଲ କରାଯିବ । ସର୍ଭେ ଦେଶର ମୋଟ ୭୦ ଜିଲ୍ଲାକୁ ସାମିଲ କରାଯିବାକୁ ଥିବାବେଳେ ଓଡ଼ିଶାର ୩ ଜିଲ୍ଲା ଏହି ତାଲିକାରେ ରହିଛି । ରାୟଗଡା, ଗଞ୍ଜାମ ଓ କୋରାପୁଟରେ ଚତୁର୍ଥ ପର୍ଯ୍ୟାୟ ସର୍ଭେ କରାଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲି ରିସର୍ଚ୍ଚ (ଆଇସିଏମଆର)କୁ ଚିଠି ଲେଖି ଅବଗତ କରାଇଛନ୍ତି ।

ରାଜ୍ୟରେ ଖୁବଶୀଘ୍ର ଏହି ସର୍ଭେ କାର୍ଯ୍ୟ ଆରମ୍ଭ ହେବ । ଏନେଇ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଘୋଷଣା କରିବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ସର୍ଭେ ନେଇ ଆର୍‌ଏମ୍‌ଆରସି ପ୍ରସ୍ତୁତ ରହିଛି । ପୂର୍ବରୁ ରାଜ୍ୟର ଭୁବନେଶ୍ୱର, କଟକ, ପୁରୀ, ଗଞ୍ଜାମ, ରାୟଗଡା ଆଦି ଜିଲ୍ଳାରେ ଆର୍‌ଏମ୍‌ଆରସି ପକ୍ଷରୁ ସର୍ଭେ କାର୍ଯ୍ୟ କରାଯାଇଛି । ଯେଉଁଥିରୁ ସମ୍ପୃକ୍ତ ଜିଲ୍ଲାବାସୀଙ୍କ ମଧ୍ୟରେ ୫୦% ଯାଏଁ ଆଣ୍ଟିବଡ଼ି ବୃଦ୍ଧିପାଇଥିବା ସାମ୍ନାକୁ ମଧ୍ୟ ଆସିଛି । ସୂଚନାଯୋଗ୍ୟ, ସଂକ୍ରମିତ ହେବା ପରେ ରୋଗୀଙ୍କ ଶରୀରରେ କେତେ ମାତ୍ରାରେ ଆଣ୍ଟିବଡି ବୃଦ୍ଧି ପାଉଛି । କେଉଁ ପ୍ରକାର କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି, ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ, ଭୂତାଣୁ ତା\’ର ରୂପ ପରିବର୍ତ୍ତନ କରିଛି କି ନାହିଁ, କେଉଁ ବର୍ଗର ଲୋକମାନେ ବେଶୀ ସଂକ୍ରମିତ ହେଉଛନ୍ତି ଆଦି ଦିଗ ଉପରେ ଏହି ସର୍ଭେ କରାଯିବ । ଫଳରେ ଭୂତାଣୁ ସମ୍ବନ୍ଧରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଆକଳନ କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *